ଗାନ୍ଧିଜୀଙ୍କ ଅହିଂସା ମାର୍ଗର ମହତ୍ତ୍ୱ ପ୍ରଚାର ପ୍ରସାର ଉପରେ ଗଣଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱ

0

ଗାନ୍ଧୀ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା  ହେଉ : ମନ୍ତ୍ରୀ ସମୀର ଦାଶ 

ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟମାନଙ୍କରେ ବକ୍ତୃତା, ଚିତ୍ରାଙ୍କନ, କୁଇଜ୍, କ୍ଷୁଦ୍ର ନାଟକ ପ୍ରତିଯୋଗିତା  କରାଇବା ଏବଂ ଗାନ୍ଧୀଙ୍କ ଅହିଂସା ଆଦର୍ଶରେ ଛାତ୍ରଛାତ୍ରୀମାନଙ୍କୁ ଅନୁ ପ୍ରାଣିତ କରିବାକୁ  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତିା

ଆଜିର ଦିନରେ ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସାର ପ୍ରାସଙ୍ଗିକତା ସବୁଠୁ ବେଶୀା ଭାରତୀୟ ସମ୍ବିଧାନର  ମୁଖବନ୍ଧରେ ଅହିଂସା ଶବ୍ଦକୁ ସ୍ଥାନିତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତିା ସାରାବିଶ୍ୱ ଏବର୍ଷ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛିା  ଏହି ଅବସରରେ ଅହିଂସା ଶବ୍ଦ ଭାରତୀୟ ସମ୍ବିଧାନର  ମୁଖବନ୍ଧରେ ସ୍ଥାନିତ ହେଲେ ତାହା ଆମର ଗାନ୍ଧିଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ  ପ୍ରକାଶ କରିଥିଲୋ

ଏହି ପରିେ ପ୍ରକ୍ଷୀରେ ଆମ ରାଜ୍ୟର ସବୁବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଅହିଂସା ଶବ୍ଦର ମହତ୍ତ୍ୱ ଓ ଅହିଂସାର ମାର୍ଗ ସଂପର୍କରେ ଅଧିକରୁ ଅଧିକ ଜାଣିବା ଆବଶ୍ୟକା ଏଥିପାଇଁ ଅହିଂସା ଶବ୍ଦକୁ ଭିତ୍ତିକରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗ୍ରାମ ପଞ୍ଚାୟତ ସ୍ତରଠାରୁ ଆରମ୍ଭ କରିବ୍ଲକସ୍ତର ଏବଂ ଜିଲ୍ଲାସ୍ତର ପର୍ଯ୍ୟନ୍ତ ପର୍ୟାୟ କ୍ରମେ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରତିଯୋଗିତା   ଅନୁଷ୍ଠିତ କରାଯାଇ କୃତୀ ପ୍ରତିଯୋଗୀ  ମାନଙ୍କୁ ଉତ୍ସାହିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତିା

ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗର କମିଶନର ତଥା ଶାସନ ସଚିବ ଚିତ୍ରା ଆରୁମୁଗମ, ଅତିରିକ୍ତ ଶାସନ ସଚିବ  ବିଶ୍ୱନାଥ ପ୍ରଧାନ ଓ ଓପେପା  ନିର୍ଦ୍ଦେଶକ ଶ୍ରୀ ଭୂପିନ୍ଦର ସିଂ ପୁନିଆଙ୍କ ସମେତବିଭାଗୀୟ ଅଧିକାରୀ  ପ୍ରମୁଖ ଉ ପସ୍ଥିତ ଥିଲୋ

Leave A Reply

Your email address will not be published.