ଓଡଗାଁ କଲେଜରେ ବିଶ୍ୱ ସାକ୍ଷରତା ଦିବସ ପାଳିତ

0

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର)  : ସ୍ଥାନୀୟ ରଘୁନାଥ ସମବାୟ ମହା ବିଦ୍ୟାଳ ଓଡଗାଁ ଶିକ୍ଷା ବିଭାଗ ଆନୁକୂଲ୍ୟରେ ବିଶ୍ୱ ସାକ୍ଷରତା ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ପ୍ରସଙ୍ଗ ସାକ୍ଷରତା ଓ ବହୁଭାଷା ଶିର୍ଷକ ପାଠଚକ୍ର ଅନୁଷ୍ଠିତ  ହୋଇଥିଲା । ନୟାଗଡ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଡ. କୃପାସିନ୍ଧୁ କରଣ ସମ୍ବଳ ଶିକ୍ଷକ ତଥା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାକ୍ଷରତା ଜୀବନ ଜିବୀକା ଓ ସାରା ବିଶ୍ୱର ବିକାଶ କିପରି ଓତଃପ୍ରୋତ ଭାବରେ  ସହସମ୍ବନ୍ଧିତ  ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଅର୍ଥନିତୀ ବିଭାଗର ମୁଖ୍ୟ ଅଧ୍ୟାପକ ବାବାଜୀ ପରିଡା ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦେଇ ଅର୍ଥନିତୀ ତତ୍ୱ ସହିତ ଶିକ୍ଷାର ସମ୍ପର୍କ ଏବଂ ଭାଷା ଓ ସାକ୍ଷରତା ପ୍ରସଙ୍ଗକୁ ବ୍ୟାଖ୍ୟା କରିଥିଲେ । ଶିକ୍ଷା ବିଭାଗର ଅଧ୍ୟାପକ, ଅଧ୍ୟାପିକା ଶୁଶ୍ରୀ ଶୁଭସ୍ମୀତା, ଲକ୍ଷ୍ମୀପ୍ରିୟା ରଣା ଏବଂ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରୁ ରାକେଶ, ଦିବାକର, ରାଜା, ରଶ୍ମୀତା, ବର୍ଷା, ରଶ୍ମୀ, କରିସ୍ମିମା, ବିଜୟଲକ୍ଷ୍ମୀ, ପଦ୍ୱିନୀ, ଶ୍ରଦ୍ଧାଞ୍ଜଳି, ଆଶ୍ମା, ପ୍ରିତୀ, ଇପସିତା, ଉଷା, ପୂଜା, ସୋନାଲୀ, ମନିଷା, ଅବନ୍ତିକା ଏହିପରି ୨୨ଜଣ ଛାତ୍ର ଛାତ୍ରୀ ସେମାନଙ୍କ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ପ୍ରାୟ ୫୦ଜଣ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମଟିରେ ଅଂଶଗ୍ରହଣ କରିଥିବା ବେଳେ ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ପ୍ରଦୀପ୍ତ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

 

 

Leave A Reply

Your email address will not be published.