ହାତୀ ଆକ୍ରମଣ: ମଇଁଷି ଗୁରୁତର ,ଚିନ୍ତାରେ ଚାଷୀ 

0

(ଆଠମଲ୍ଲିକ/ସନ୍ତୋଷ ମେହେର) : ଧାନ ଅମଳ ନହେଉଣୁ ଧାନ ସୁରକ୍ଷାର ଚିନ୍ତାରେ ଚାଷୀ | ଦିନକୁ ଦିନ ହାତୀର ଉତ୍ପାତ ବଢ଼ିବାକୁ ଚାଲିଛି | ବିଗତ ବର୍ଷରେ ଚାଷର ପ୍ରାରମ୍ଭରୁ ଚାଷୀ ମାନଙ୍କ ଚିନ୍ତା ବଢିବାରେ ଲାଗିଛି | କାରଣ, ସ୍ୱଳ୍ପ ଜଳବୃଷ୍ଟି ତଥା ବିଳମ୍ବରେ ବର୍ଷାର ହେବାରୁ  ଏହି ବର୍ଷ ଅନେକ ଚାଷଜମି ପଡିଆ ମଧ୍ୟ ପଡିଛି, ଯେଉଁ ଟିକିଏ ଟିକିଏ ଜମିରେ ଚାଷ ହୋଇଛି ତାହା ଏଵେ ଅମଳ କରିବାର ଆଶା କମ ହେଲାଣି କିଆକଟା ଅଂଚଳବାସୀଙ୍କ ମନରେ | କାରଣ ଚାଷ ଅମଳ ହେବା ପୂର୍ବରୁ ହାତୀର ଚିନ୍ତା ଘାରିଲାଣି | ଗତକାଲି ରାତ୍ରି ସମୟରେ ବାସୁଦେବପୁର ଗ୍ରାମର ଅନିରୁଦ୍ଧ ନାୟକଙ୍କ ମଇଁଷି ପୋଲଙ୍କୁ ହାତୀ ଆକ୍ରମଣ କରିଛି |  ମଇଁଷି ମନେ ପଘା ଛିଣ୍ଡେଇ ପଳେଇ ଯାଇଥିବାବେଳେ ଗୋଟିଏ ମଇଁଷିକୁ ହାତୀ ଆକ୍ରମଣ କରିଛି ଫଳରେ ମଇଁଷିଟି ଗୁରୁତର ଆହତ ହୋଇଛି, ଏନେଇ ଖବର ପାଇବା ପରେ ଘୋଡାଗାଡି ଫୋରେଷ୍ଟ ଗାର୍ଡ ପୁରୁଷୋତ୍ତମ ବେହେରା ଘଟଣା ସ୍ଥଳରେ ପହଂଚି ଉକ୍ତ ମଇଁଷିର ଚିକିତ୍ସା ପାଇଁ ସହାୟତା ପ୍ରଦାନ କରିଛନ୍ତି |

 ସେହି ଭଳି  ଗତକାଲି ରାତିରେ ସେହି ହାତୀ ଗୌତମପୁର, ଦୌଲତପୁର, ମୁଚ୍ଛପୁର ଆଦି ଅଂଚଳରେ ବୁଲାବୁଲି କରିଥିବାର ଲୋକେ ଦେଖିଛନ୍ତି I  ବର୍ତ୍ତମାନ ଏହି ଅଂଚଳରେ ଟିକିଏ ସନ୍ଧ୍ୟା ହୋଇଗଲେ ବାହାରକୁ ବାହାରିବା ପାଇଁ ଲୋକେ ବିପଦ ମଣୁଛନ୍ତି, ତେଣୁ ଅଞ୍ଚଳବାସୀ ଏହି ଅଂଚଳରୁ ହାତୀ ଘୋଉଡାଇବା ପାଇଁ  ଦାବିକରୁଛନ୍ତି |

Leave A Reply

Your email address will not be published.