
ଭୁବନେଶ୍ୱର: – ଉତ୍ତର ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୪ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି । ନାଲକୋ ଛକ ଠାରୁ ରେଳ ବିହାର ରାସ୍ତା ୩ କୋଟି ୫୭ ଲକ୍ଷ, ଓମ୍ଫେଡ୍ ଛକଠାରୁ ଲୁମ୍ବିନୀବିହାର ରାସ୍ତା ଓ ପୋଲ ୨ କୋଟି ୪୮ ଲକ୍ଷ, ନିଳାଦ୍ରି ବିହାର ଠାରୁ ଶୈଳଶ୍ରୀ ବିହାର ଦମକଳ କେନ୍ଦ୍ର ରାସ୍ତା ୧କୋଟି ୮୬ ଲକ୍ଷ ଓ ଚୁନୁକୋଳି ଓ.ଇ.ଆର,ସି ଠାରୁ ଆୟକର ଭବନ ପର୍ଯ୍ୟନ୍ତ ରାସ୍ତା ୨କୋଟି ୫ ଲକ୍ଷ ବ୍ୟୟ ଅଟକଳରେ ପ୍ରସସ୍ତି କରଣ କାର୍ଯ୍ୟ ୬ ମାସରୁ ୯ ମାସ ମଧ୍ୟରେ ସଂପୂର୍ଣ୍ଣ ହେବ ବୋଲି ଅତିଥିମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା, ବିଧାୟକ ପ୍ରୀୟଦର୍ଶୀ ମିଶ୍ର ଓ ଅନ୍ୟମାନଙ୍କ ମଧ୍ୟରେ ୮ ନମ୍ବର ୱାର୍ଡର କର୍ପୋରେଟର ମୋନାଲିସା ସାହୁ , ୧୩ ନମ୍ବର ୱାର୍ଡର କର୍ପୋରେଟର ସୌଭାଗ୍ୟ ବାରିକ, ୧୪ ନମ୍ବର ୱାର୍ଡର କର୍ପୋରେଟର ଦେବୀ ପ୍ରସାଦ ମଲ୍ଲିକ୍,ଏବଂ ଯୁବ ସଭାପତି ମନୋଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସଂପୃକ୍ତ ଅଞ୍ଚଳର ବହୁ ମନ୍ୟଗଣ୍ୟ ବ୍ୟକିି ଓ ବୁଦ୍ଧିଜୀବି ଉପସ୍ଥିତ ରହି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।