ଚକ୍ଷୁ ଦାନ ମହାପୂଣ୍ୟ : ଆସନ୍ତୁ ମୃତ୍ୟୁ ପରେ ବି ବଂଚି ରହିବା

0

 ୩୪ ତମ ଜାତୀୟ ଚକ୍ଷୁଦାନ  ପକ୍ଷ ପାଳନ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତିର  ଜିଲ୍ଲା ଅନ୍ଧତ୍ବ ନିରାକରଣ ସମିତି ପକ୍ଷରୁ  ଅଗଷ୍ଟ ୨୫ ତାରିଖରୁ  ସେପ୍ଟେମ୍ଵର ୮ ତାରିଖ ପର୍ଯ୍ୟନ୍ତ ଚକ୍ଷୁ-ଦାନ ପକ୍ଷ ପାଳନ ଅବସରରେ ଏକ ଜିଲ୍ଲା ସ୍ତରୀୟ ୩୪ ତମ ଜାତୀୟ ଚକ୍ଷୁଦାନ ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

         ଏହି ଅବସରରେ ସ୍ଥାନୀୟ ସରକାରୀ ଏଏନଏମ-ସ୍କୁଲର  ଛାତ୍ରୀ ଏବଂ ଜିଲ୍ଲା ମୁଖ୍ୟ  ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ  ଏକ ସଚେତନତା ଶୋଭାଯାତ୍ରା ବାହାରି ଚକ୍ଷୁ ଦାନ ଏକ ମହତ ଓ ପୂଣ୍ୟ ଦାନ ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ସହର ବାସୀଙ୍କୁ  ସଚେତନ କରାଇ ଥିଲେ । 

       ଏହି ଶୋଭାଯାତ୍ରାଟିକୁ ବିଶେଷଜ୍ଞ ଡାଃ ସରୋଜ କୁମାର ମିଶ୍ର  ଏବଂ ଡ଼ାଃ ପ୍ରଦୀପ କୁମାର ପାତ୍ର ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

      ପୂର୍ବାହ୍ନ ୧୦ ଟାରେ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମରେ ଷ୍ଠାଟାଟିକାଲ ଇନଭେସଟିଗେଟର (ପରିବାର କଲ୍ୟାଣ)ନେତ୍ରାନନ୍ଦ ଶତପଥୀଙ୍କ  ସଂଯୋଜନାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର  ଜିଲ୍ଲା ମେଡ଼ିକାଲ ଅଫିସର ଡ଼ାଃ ରମେଶ ଚନ୍ଦ୍ର ମିଶ୍ର ଯୋଗଦେଇ ଚକ୍ଷୁଦାନ ଏକ ମହତ ଓ ପୁଣ୍ୟଦାନ, ଏହାଠୁ ବଳି ବଡ଼ ଦାନ ଆଉ କିଛି ନାହିଁ । ଚକ୍ଷୁଦାନ ମଣିଷର  ମୃତ୍ୟୁ ପରେ ହିଁ ହୋଇ ଥାଏ ଏବଂ ଏହି ଚକ୍ଷୁଦାନ ଦ୍ବାରା ହିଁ ଏକ ପରିବାର ସଫଳ ହେବା ସହ ଚକ୍ଷୁ ପାଇବା ବ୍ୟକ୍ତି ଅନ୍ଧତ୍ବ ଜଗତରୁ ଆସି ଆଲୋକର ସମଗ୍ର ଦୁନିଆକୁ ଦେଖିବାରେ ସହାୟକ ହୋଇଥାଏ  ବୋଲି ଡାଃ  ମିଶ୍ର କହିଥିଲେ ।

   ଜିଲ୍ଲା ଅନ୍ଧତ୍ବ ନିରାକରଣ ସମିତିର  ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡାଃ ଶରତ ଚନ୍ଦ୍ର ମହାପାତ୍ର , ଅସ୍ତ୍ରୋପଚାର ବିଶେଷଜ୍ଞ ଡାଃ ସରୋଜ କୁମାର ମିଶ୍ର , ପରିବାର କଲ୍ୟାଣ ବିଭାଗ ଏଡିପିଏଚଓ.ଡାଃ ପ୍ରଦୀପ କୁମାର ପାତ୍ର ଏବଂ ଏଡିପିଏଚଓ-ଡାଃ ଭି. ଲୋକନାଥ ରାଜୁ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ  ଶରୀରର ବିଭିନ୍ନ ଅଙ୍ଗ ମଧ୍ୟରୁ ଚକ୍ଷୁ ହେଉଛି ମୁଖ୍ୟ ଅଙ୍ଗ । ଚକ୍ଷୁ ପଟଳର କର୍ଣିଆକୁ ବିଭିନ୍ନ ରୋଗ ଓ ବିପଦ ଦାଉରୁ କିଭଳି  ସୁରକ୍ଷିତ ରଖିବେ , ଚକ୍ଷୁ ରୋଗ କିଭଳି ହୋଇଥାଏ , ତାର  ସାବଧାନତା ଓ ପ୍ରତିକାର ଏବଂ ଚକ୍ଷୁ ପଟଳର ସବୁ ଠିକଠାକ୍ ଥାଇ ମଧ୍ୟ ଚକ୍ଷୁର କ୍ରଣ୍ଣିଆ ଯଦି ଅସ୍ୱଛ ହୋଇଗଲେ ସେ ଅନ୍ଧତ୍ବ ହୋଇ ଯାଇଥାଏ ବୋଲି କହିଥିଲେ ।

    ଅନ୍ୟ ପକ୍ଷରେ ଚକ୍ଷୁ-ଦାନ ସମ୍ପର୍କରେ ବିଭିନ୍ନ ମାଧ୍ୟମରେ  ଜଣା-ସଚେତନ କରାଇବା , ଚକ୍ଷୁ-ଦାନ କିଭଳି କରା ଯାଇଥାଏ , ଏଥିପାଇଁ ପୁର୍ବରୁ ଓ ପରେ କିଭଳି ଓ କଣ ସବୁ କରିବାକୁ ହୋଇଥାଏ ଏବଂ ଜଣକର ଚକ୍ଷୁ ଦାନ ଦ୍ବାରା ଅନ୍ୟ ଦୁଇଜଣ କିଭଳି ଉପକୃତ ହୋଇଥାନ୍ତି , ସେ ସମ୍ପର୍କରେ ବୁଝାଇ ଥିଲେ ।

   ସମସ୍ତ କାର୍ଯ୍ୟକ୍ରମକୁ ସ୍ବାସ୍ଥ୍ୟ ବିଭାଗର ଜନସ୍ୱାସ୍ଥ୍ୟ ଶିକ୍ଷା ଅଧିକାରୀ ମମତା ପାଢ଼ୀ ,ଏଡିପିଏଚଇଓ-ସୁଧୀର କୁମାର ଜେନା ଏବଂ ଜଗଦୀଶ ପଟ୍ଟନାୟକ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

 

Leave A Reply

Your email address will not be published.