ରାଜବୋଡାସମ୍ବର କୄଷକ ସଂଗଠନ ପକ୍ଷରୁ ନୂଆଁଖାଇ ଭେଟଘାଟ 

0 1

ପଦ୍ମପୁର/ଶାସକପ୍ରଶାସକ-ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ପରେ ନୁଆଁଖାଇ ଭେଟଘାଟ ବା ଜୁହାର ଭେଟର ଏକ ନିଆରା ପରମ୍ପରା ରହିଛି । ସେହିକ୍ରମରେ ରାଜବୋଡାସମ୍ବର କୃଷକ ସଂଗଠନ ପଦ୍ମପୁର ପକ୍ଷରୁ ପଦ୍ମପୁର ଉପଖଣ୍ଡର ପଲସଦା ଗାଁ ଠାରେ ,ଆଞ୍ଚଳିକ କୃଷକ ସଂଗଠନ ପଲସଦା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ପଶ୍ଚିମ ଓଡିଶାର କୃଷକ ସଂଗଠନ ସମନ୍ୱୟ ସମିତିର ଆବାହକ ଶ୍ରୀ ଲିଙ୍ଗରାଜ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଜୟ କିଷାନ ଆନ୍ଦୋଳନ ବରଗଡ଼ ର ସମ୍ପାଦକ ଶ୍ରୀ ରମେଶ ମହାପାତ୍ର,ସୋହେଲା ବ୍ଲକ କୃଷକ ସଂଗଠନ ରୁ ଶ୍ରୀଯୁକ୍ତ ହର ବନିଆ,ଝାରବନ୍ଧ କୃଷକ ସଙ୍ଗଠନ ପକ୍ଷରୁ ଅରକ୍ଷିତ ଗୋମାତାଙ୍କ ରକ୍ଷକ ଶ୍ରୀଯୁକ୍ତ ଅଶୋକ ସାହୁ,ପାଇକମାଲ ବ୍ଲକ କୄଷକ ସଂଗଠନ ସଭାପତି ଯୁଧିଷ୍ଠିର ସାହୁଙ୍କ ସମେତ ରାଜବୋଡାସମ୍ବର କୃଷକ ସଙ୍ଗଠନ ର ଅନେକ ପଂଚାୟତ ରୁ ଶତାଧିକ କୃଷକ ଯୋଗଦାନ କରିଥିଲେ।ମୁଖ୍ୟ ଅତିଥିଙ୍କ ଦ୍ବାରା ଦ୍ବୀପ ପ୍ରଜ୍ବଳନ ପରେ କଣ୍ଠଶିଳ୍ପୀ ଶ୍ରୀ ଅଜିତ କୁମାର ପାଣିଗ୍ରାହୀଙ୍କ ଦ୍ବାରା ସଂଗ୍ରାମୀ ଗୀତରୁ ସଭା ଆରମ୍ଭ ହୋଇଥିଲା। ପରେ ରାଜବୋଡାସମ୍ବର କୃଷକ ସଂଗଠନ ର ଆବାହକ ଶ୍ରୀ ଅଶୋକ କୁମାର ସାହୁ ରାଜବୋଡାସମ୍ବର କୃଷକ ର ଜନ୍ମ ବୃତ୍ତାନ୍ତ ଆଜି ପର୍ଯ୍ୟନ୍ତ ସଂଗଠନ ର କାର୍ଯ୍ୟଧାରା ଆଗାମୀ ଦିନର କାର୍ଯ୍ୟପନ୍ଥା ବାବଦରେ ବକ୍ତବ୍ୟ ରଖିଥିଲେ।ଶ୍ରୀଯୁକ୍ତ ବାଞ୍ଛାନିଧି ନାୟକ କୃଷି ସହିତ ନୂଆଁଖାଇ ସମ୍ପର୍କ କୁ ବ୍ୟାକ୍ଷା କରିଥିଲେ। ଶ୍ରୀ ହର ବନିଆ ଓ ରମେଶ ମହାପାତ୍ର ଚଳିତ ବର୍ଷ ବୀମାର ହୋଇଥିବା କଟାଛଟା କୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଶେଷରେ ମୁଖ୍ୟ ଅତିଥି ଶ୍ରୀ ଲିଙ୍ଗରାଜ କୃଷକ ସଂଗଠନ ର ଆଭିମୁଖ୍ୟ ,ଗତି, ଦିଗ,ଚରିତ୍ର ଉପରେ ଆଲୋକପାତ କରିଥିଲେ।ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଏକ ବୄକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଭେଟଘାଟ କାର୍ଯ୍ୟକ୍ରମରେ ରୋହିତ ପ୍ରଧାନ,କୈଳାଶ ବାରିକ,ବିଶ୍ୱନାଥ ରଣା,ଡମ୍ବରୁଧର ସାହୁ,ଯୁଧିଷ୍ଠିର ସାହୁ,ମଧୁକର ବିଶ୍ୱାଳ,ପ୍ରଶାନ୍ତ ପ୍ରଧାନ,ଦହିତ ସାହୁ,ମୁକ୍ତେଶ୍ଵର ପଟେଲ,ବିପିନ ବିହାରୀ ସାହୁ ସମେତ ଶତାଧିକ ଚାଷୀ ଉପସ୍ଥିତ ହୋଇଥିଲେ।

 

Leave A Reply

Your email address will not be published.