ଓଡଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁପୁଜନ ଉତ୍ସବ 

0 1

 

ଓଡ଼ଗାଁ,: ଡଃ ସର୍ବପଲ୍ଲୀ ରାଧାକୃଷ୍ଣଙ୍କର ୧୦୩ ତମ ଜନ୍ମ ଦିନ ଅବସରରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁପୁଜନ ଉତ୍ସବ  ମହାଡମ୍ବରରେ ପାଳିତ ହୋଇ ଯାଇଛି । ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀମାନେ ପ୍ରଥମେ ଗୁରୁ ଗୁରୁମା ଏବଂ ଅତିଥି ମାନଙ୍କର ପାଦ ପ୍ରକ୍ଷ୍ୟାଳନ କରି ଫୁଲ, ଚନ୍ଦନ ଓ ଧୁପଦୀପରେ ବନ୍ଦାପନା କରି ବିଦ୍ୟାଳୟକୁ ପାଛୋଟି ନେଇଥିଲେ । ପରେ ଆଜିର ଅତିଥି ରଘୁନାଥ ସମବାୟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଧିବାସ ପଣ୍ଡା, ନୟାଗଡ ସଙ୍କୁଳ ସଂଯୋଜକ ବୈକୁଣ୍ଠ ବିହାରୀ ମିଶ୍ର, ପରିଚାଳନା ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ, ସମ୍ପାଦକ ପଦ୍ମନାଭ ପୃଷ୍ଟି, ପ୍ରମୋଦ କୁମାର ଦୋରା ପ୍ରମୁଖ ଯୋଗଦେଇ ଗୁରୁଦିବସର ମହତ୍ୱ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ସୂଚନା ଦେଇଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଜୀବନ ଜ୍ୟୋତି ଦାଶ ଇଂରାଜିଭାଷାରେ, ସ୍ନିଗ୍ଧା ସୁରଭି ମିଶ୍ର ହିନ୍ଦି ବାଷାରେ ଏବଂ ଶୁଭଦର୍ଶିନୀ ବେହେରା, ପ୍ରିୟଙ୍କା ପ୍ରିୟଦର୍ସିନୀ ଆଚାର୍ଯ୍ୟ ଓଡିଆ ଭାଷାରେ ଗୁରୁଦିବସର ମହତ୍ୱ ଏବଂ ସୁସ୍ଥ ସମାଜ ଗଠନରେ ଗୁରୁଜୀ ଗୁରୁମାଙ୍କର ଭୁମିକା ଓ ଦିଗ୍ଦର୍ଶନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପରିଚାଳନା ପରିଷଦ ତରଫରୁ ପ୍ରତିବର୍ଷ ପରି ଗୁରୁଜୀ ଗୁରୁମା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରଧାନାଚାର୍ଯ୍ୟ ଭଗବାନ ଭଗବାନ ମହାପାତ୍ରଙ୍କ ତ୍ୱାବଧାନରେ ଛାତ୍ରୀ ପ୍ରୀୟଙ୍କା ଆଚାର୍ଯ୍ୟଙ୍କ  ସଞ୍ଜୋଜନାରେ ସଭାପରିଚାଳିତ ହୋଇଥିଲା । ଶେଷରେ ଚାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । 

 

 

Leave A Reply

Your email address will not be published.