ମହୁଲପାଲି ରେ ନୂଆଁଖାଇ ଭେଟ ପାଳିତ‌‌

0 2

ପଦ୍ମପୁର/ଶାସକପ୍ରଶାସକ-ପଦ୍ମପୁର ନିକଟସ୍ଥ ମହୁଲପାଲି ଗ୍ରାମ ରେ ମଙ୍ଗଳବାର ଦିନ ଧୂମଧାମରେ ନୂଆଁଖାଇ ଭେଟ୍ ପାଳିତ ହୋଇଥିଲା। ନବାନ୍ନ ଭକ୍ଷଣ ପରେ ସମସ୍ତ ଗ୍ରାମବାସୀ ଗାଁ ମୁଣ୍ଡରେ ଜୁହାର ଭେଟ ହୋଇଥିଲେ। ତା ପରେ ନେତାଜୀ ଯୁବକ ସଂଘ ପକ୍ଷରୁ ଆବାଳବୃଦ୍ଧବନିତା ଙ୍କ ପାଇଁ ବିଭିନ୍ନ ଖେଳର ଆୟୋଜନ କରାଯାଇଥିଲା। କବାଡି, ରସିଟଣା, ସାଇକେଲ ସ୍ଲୋ ଆଦି ଖେଳ ମୁଖ୍ୟ ଆକର୍ଷଣ ଥିଲା। ସନ୍ଧ୍ୟା ରେ ଅନୁଷ୍ଠିତ ନୂଆଁଖାଇ ଭେଟ୍ ସଭା ରେ ଗାଁ ଗୋନ୍ତିଆ ମନୋଜ ସାହୁ ମୁଖ୍ୟ ଅତିଥି ଓ ସରପଞ୍ଚ ଝସକେତନ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ମାଁ ସମଲେଶ୍ଵରୀ ଙ୍କ ପୂଜା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ତାରାଚାନ୍ଦ ସାହୁ, ଶଙ୍କର୍ଷଣ ସାହୁ, ବଲ୍ଲଭ ସାହୁ, ନରେନ୍ଦ୍ର ବରିହା ଓ ସୁରେନ୍ଦ୍ର ରଣା ମଞ୍ଚାସୀନ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ। ସଭା ପରେ ଜଗନ୍ନାଥ ସେଠ ଙ୍କ ନିର୍ଦ୍ଦେଶନାରେ “ଠଗ୍” ନାଟକ ଓ ଅନେକ ସମ୍ବଲପୁରୀ ଲୋକ ନୃତ୍ୟ ମଞ୍ଚସ୍ଥ ହୋଇଥିଲା। ଦିବ୍ୟ କିଶୋର, ବିକ୍ରମ, ପଦ୍ମଲୋଚନ, ରୁପକ, ପ୍ରତାପ, ଅଲେଖ, ଗଜିନ୍ଦ୍ର, ଦିଲିପ ଆଦି ଯୁବକ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ। ଶେଷରେ ସୁଶାନ୍ତ ସେଠ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.