ମହିଳା ସାଜିବେ ସ୍ଵଛ ସାଥି, ଜଳ ସାଥି

0 2

ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ଯତ୍ନବାନ : ମନ୍ତ୍ରୀ ପ୍ରତାପ ଜେନା ଭୁବନେଶ୍ୱର(ଶାସକ ପ୍ରଶାସକ): ସମାଜ ଗଠନରେ ମହିଳା ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନେ କିପରି ଅତ୍ମନିର୍ଭରଶୀଳ ହେବେ, ସେମାନଙ୍କୁ ଅଧିକରୁ ଅଧିକ କିପରି ସୁବିଧା ସୁଯୋଗ ମିଳିବ ସେ ଦିଗରେ ରାଜ୍ୟ ସରକାର ବେଶ ତତ୍ପରତା ପ୍ରକାଶ କରିଛନ୍ତି।  ମହିଳା ମାନଙ୍କୁ ବିଭିନ୍ନ ମାଧ୍ୟମରେ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ନଗର ଉନ୍ନୟନ , ପଞ୍ଚାୟତି ରାଜ, ପାନୀୟ ଜଳ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସର୍ବଦା ମହିଳା ମାନଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦେଇଆସିଛନ୍ତି । ଏଣିକି ସ୍ୱଚ୍ଛ ଭାରତ ମିଶନରେ ମହିଳାମାନେ ସାମିଲ ହେବ । ଏହି ଯୋଜନାରେ ମାହିଳାମାନେ ସ୍ୱଚ୍ଛ ସାଥୀ ରୂପେ କାମ କରିବେ। ସେହିପରି ଜଳକର ଆଦାୟ ପାଇଁ ମଧ୍ୟ ଜଳ ସାଥୀ ଭାବେ ମହିଳାମାନେ କାମ କରିବେ। ୧୧୪ ଟି ମଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ତିଆରି ହେବାକୁ ଯାଉଛି । ଏହି ପ୍ଲାଣ୍ଟର ପରିଚାଳନା ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ମହିଳାମାନଙ୍କୁ ଦିଆଯିବ । କେବଳ ଏତିକି ନୁହେଁ, କମ୍ୟୁନିଟି ଟଏଲେଟ, ଆହାର କେନ୍ଦ୍ରରେ ମଧ୍ୟ ମହିଳାମାନଙ୍କୁ ସାମିଲ କରାଯିବ । ମହିଳା ମାନଙ୍କୁ ରାଜ୍ୟ ସରକାରଙ୍କ ଅଧିନରେ ଥିବା ସମସ୍ତ ବିଭାଗରେ କିପରି ସାମିଲ କରାଯିବ ସେନେଇ ପଦେକ୍ଷପ ନିଆଯାଉଛି । ପ୍ରାୟ ୩୦ ହଜାର ସ୍ୱଂୟସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ଆତ୍ମନିର୍ଭରଶୀଳ କରିବାକୁ ଲକ୍ଷ୍ୟ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.