ବିଦ୍ୟୁତ ସଂଯୋଗ ହୋଇ ନାହିଁ, କିନ୍ତୁ ଆସିଲା ବିଲ

0 2

ଘୁ. ଉଦୟଗିରି /ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ କୋଟଗଡ ବ୍ଲକର ମାରଲାଙ୍ଗା ଗ୍ରାମ ପଞ୍ଚାୟତ.ଏହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶ୍ରାସୁଗୁଡା଼ ଗ୍ରାମରେ ବିଦ୍ୟୁତ ନାହିଁ. ବିଦ୍ୟୁତ ସଂଯୋଗ ପାଇଁ ଖମ୍ବ ମଧ୍ୟ ପୋତା ଯାଇ ନାହିଁ.ଠିକାଦାର ଦ୍ୱାରା ଖୋଳା ଯାଇ ଥିବା ଗାତୋ ପୋତି ହେବାକୁ ବସିଛି. ଏହି ପରିସ୍ଥିତିରେ ପ୍ରଶାସନର ଅଣଦେଖା ଯୋଗୁଁ ଅନ୍ଧାରରେ ଡିବିରି ଜାଳି ଜୀବନ ଯାପନ କରୁଛନ୍ତି ଶ୍ରାସୁ ଗୁଡା ଗ୍ରାମର ବି ପିଏଲ ପରିବାର । ହେଲେ ଆତି ପରିତାପର ବିଷୟ ଗ୍ରାମ ବାସିଙ୍କ ପାଖକୁ 4000 ଟଙ୍କା ଲେଖାଏଁ ବିଦ୍ୟୁତ ବିଲ ଆସି ଥିବା  ୱାର୍ଡ ମେମ୍ବର ନମିତା କାର୍ଯିମାଝୀ , ଫିଲିଫ ମଲିକ , ଦାଦୁ କାର୍ଯିମାଝୀ , ଗଙ୍ଗାଧର ମଳିକ , ଅଞ୍ଜଳି ପ୍ରଧାନ  , କହଁର ବଳ୍ୟାରସିଂ ଅଭିଯୋଗ କରିଛନ୍ତି.|

Leave A Reply

Your email address will not be published.