ବିଜେପୁର ଉପ ନିର୍ବାଚନ ପାଇଁ ପିସିସି ପକ୍ଷରୁ ପର୍ଯ୍ୟବେକ୍ଷକ ମଣ୍ଡଳୀ ଗଠିତ

0

 

ଭୁବନେଶ୍ୱର ତା ୬.୧୦. – ଆଗାମୀ ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ଏକ ଚାରି ଜଣିଆ ପର୍ଯ୍ୟବେକ୍ଷକ ମଣ୍ଡଳୀ ଗଠନ କରିଛନ୍ତି । ଏହି ପର୍ଯ୍ୟବେକ୍ଷକ ମଣ୍ଡଳୀର ମୁଖ୍ୟ ସଂଯୋଜକ ରୂପେ ଝାରସୁଗୁଡା ବିଧାୟକ ନବ କିଶୋର ଦାସ ରହିଥିବା ବେଳେ ପୂର୍ବତନ ମନ୍ତ୍ରୀକିଶୋର ଚନ୍ଦ୍ର ପଟେଲ, ପ୍ରକାଶ ଚନ୍ଦ୍ର ଦେବତା ଏବଂ ପୂର୍ବତନ ବିଧାୟକ ସାଧୁ ଚରଣ ନେପାକ ସଦସ୍ୟ ଭାବରେ ରହିଛନ୍ତି । ବରଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅନନ୍ତ ଶୟନ ପାଢ଼ୀ ମୁଖ୍ୟ ସଂଯୋଜକ ନବ କିଶୋର ଦାସଙ୍କୁ ସହଯୋଗ କରିବେ । ପର୍ଯ୍ୟବେକ୍ଷକ ମଣ୍ଡଳୀ ଖୁବ୍ ଶୀଘ୍ର ବିଜେପୁର ବିଧାନସଭା ଅନ୍ତର୍ଗତ ଗାଇସିଲେଟ, ବିଜେପୁର ଏବଂ ବରପାଲି ବ୍ଲକ ଗସ୍ତ କରି ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ସୌଗତ ମହାନ୍ତି ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.