ପୁଲିସ କମିଶନରଙ୍କୁ ଭେଟିଲେ ଆମେରିକାନ କନସୁଲେଟ୍ ବରିଷ୍ଠ ଅଧି୍କାରୀ

0

 

 

ଭୁବନେଶ୍ୱରରୁ ଦୀନବନ୍ଧୁ ନାୟକ : ହ୍ରାଇଦ୍ରାବାଦଠାରେ ଅବସ୍ଥାପିତ ଆମେରିକୀୟ ଦୂତାବାସର ଡେପୁଟି ଚିଫ ଆମେରିକାନ ସିଟିଜେନ ସର୍ଭିସେସ୍ ଜୋନାଥପ ପି ଆକଲେ  ଓ ଶ୍ରୀଦେବୀ ପୋଲି ଭୁବନେଶ୍ୱର-କଟକ ଦ୍ୱୈତନଗରୀର ପୁଲିସ କମିଶନର ୱାଇ ବି ଖୁରାନିଆଙ୍କୁ କମିଶନରେଟ୍ କାର୍ଯ୍ୟାଳୟଠାରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ବୈଠକ ସମୟରେ ଜୋନାଥନ   ସୂଚନା ଦେଇଥିଲେ ଯେ, ଆମେରିକା ନାଗରୀକଙ୍କ ସମ୍ପର୍କିତ କୌଣସି  ସମସ୍ୟା ହେଲେ ବା ସୂଚନା ଜାଣିବାର ଆବଶ୍ୟକତା ଉପଲବ୍ଧି  ହେଲେ ହ୍ରାଇଦ୍ରାବାଦସ୍ଥିତ ଦୂତାବାସର ସହାୟତା ନେଇପାରିବ କମିଶନରେଟ ପୋଲିସ । ସେହିପରି ଆମେରିକାର ନାଗରୀକମାନଙ୍କ ବାଦଦରେ କମିଶନରେଟ ପୋଲିସ ସବୁ ପ୍ରକାର ନ୍ୟାଯ୍ୟ ସହଯୋଗ ଯୋଗାଇଦେବା ପାଇଁ ବି ଶ୍ରୀ ଖୁରାନିଆ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ  ।

Leave A Reply

Your email address will not be published.