କୋର ଏରିଆ ଓ ହାତୀ କୋରିଡର ହେବା ରାସ୍ତା ସଂପ୍ରସାରଣରେ ସାଜିଛି ବାଧକ : ଘଟୁଛି ଦୁର୍ଘଟଣା  

0

ବାଙ୍ଗିରିପୋଷି ଦୁଆରଶୁଣୀ ଘାଟୀ ରେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା : ଜଣେ ମୃତ

ବାରିପଦା(ଦିଲ୍ଲୀପ  ମହାନ୍ତି )- ଗତକାଲି ବିଳମ୍ବିତ ରାତ୍ରି ରେ ବାଙ୍ଗିରିପୋଷି ଥାନା ଅନତି ଦୂରରେ ଥିବା ଦୁଆରଶୁଣୀ ଘାଟୀ ରେ ମର୍ମନ୍ତୁକ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଡ୍ରାଇଭର ର ଘଟଣା ସ୍ଥଳରେ ଚାପି ହୋଇ ମୃତ୍ୟୁ ହୋଇଛି। ମୃତକ ର ପରିଚୟ ମିଳି ନାହିଁ। ସକାଳ ପର୍ଯ୍ୟନ୍ତ ରାସ୍ତା ଜାମ ଥିବା ରୁ ରାଜରାସ୍ତା 49  ବିଶୋଇ- ବାଙ୍ଗିରିପୋଷି ରାସ୍ତା ବଂଦ ହୋଇ ରହିଥିଲା। ଘଟଣା ସ୍ଥଳ ରେ ପୁଲିସ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ରେ ଲାଗି ରହିଛି। ଗତ ଜାନୁଆରୀ ମାସ ରୁ ଆଜି ପର୍ଯ୍ୟନ୍ତ  ସାତ ଜଣ ଙ୍କ ମୃତ୍ୟୁ 70 ରୁ ଉର୍ଦ୍ଧ ଆହତ ହୋଇଛନ୍ତି। ପ୍ରଶାସନ ଯେତେ ଚେଷ୍ଟା କଲେ ମଧ୍ୟ ଦୁର୍ଘଟଣା ରୋକିବା ରେ ବିଫଳ ହୋଇଛି। କୋର ଏରିଆ ଓ ହାତୀ କୋରିଡର ପାଇଁ ରାସ୍ତା ସଂପ୍ରସାରଣ କାର୍ଯ୍ୟ ହୋଇ ପାରୁନାହିଁ। କେନ୍ଦ୍ର ସରକାର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଚାହିଁଲେ ଏହି ସମସ୍ୟା ଦୂରୀଭୂତ ହୋଇ ପାରନ୍ତା ବୋଲି ସାଧାରଣରେଚର୍ଚ୍ଚା ଚାଲିଛି।

 

Leave A Reply

Your email address will not be published.