ଅଭିଯୋଗ ପରେ ବଦଳିଲା ସ୍କୁଲ ନାମ

0

ରେଢାଖୋଲ ପ୍ରନିତିଧି ଯଶୋବନ୍ତ ନାରାୟଣ ସାହୁ 

ପ୍ରାଥମିକ ଶିକ୍ଷାର ବିକାଶ ଲାଗି ସମ୍ବଲପୁର ଜିଲ୍ଲା ରେଢାଖୋଲ ସହର ସଦର ମହୁକୁମା ସ୍ଥିତ ହରିଜନପଡା ପ୍ରାଇମେରୀ ସ୍କୁଲ ନୂତନ ଭାବରେ ନାମିତ ହୋଇଅଛି I ଫଳରେ ଅଭିଭାବକ ,ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଧିବାସୀ ଙ୍କ ମଧ୍ୟରେ ଖୁସିର ଲହର ଖେଳି ଯାଇଛି I

ପ୍ରକାଶ ଥାଉକି ସ୍ଥାନୀୟ ଅଧିବାସୀ ଙ୍କ,ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ଲାଗି ଗତ ଜାନୁଆରୀ ୧୬ତାରିଖ ୧୯୭୫ ମସିହାରେ ଗଢି ଉଠିଥିଲା ଏହି ହରିଜନପଡା ପ୍ରାଥମିକ ସ୍କୁଲ ଅସକର୍ଣ୍ଣ ବର୍ଗଙ୍କ ନାମିତ ହୋଇଥିବାରୁ ଏହି ସ୍କୁଲରେ ଜାତି ଆଣ କୁ ନେଇ ଜାତି ପ୍ରଥା ରହି ଆସୁଥିଲା I ଭାରତ ସ୍ୱାଧିନତାର ୭୩ ବର୍ଷପରେ ଜାତି ପ୍ରଥା ଅକ୍ଷେପ ରହିଥିବା ଯୋଗୁଁ ପୂର୍ବରୁ ବହୁଥର ପ୍ରଶାସନ ନିକଟରେ ଅଭିଯୋଗ ହୋଇ ଆସୁଥିଲା I ଏଥିରେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ପୁନଃର୍ବାର ଆମ୍ବେଦକର ସେବା ସଂଘ ପକ୍ଷରୁ ଉପଖଣ୍ଡ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲା I ସଂଘ ପକ୍ଷରୁ ସୁଶାନ୍ତ କୁମାର ନାଗ ,ନିଳମଣୀ ନାଗ,ଉମାକାନ୍ତ ମହାନନ୍ଦ ,ପ୍ରକାଶ ମୁଖି ,ନନ୍ଦୁ ମିରା ,ଗଜାନନ ଭେସରା ,ଜିତେନ୍ଦ୍ର ବାଘ ,ସୁଧିର ସୁନା ପ୍ରମୁଖ ସଦସ୍ୟ ରେଢାଖୋଲ ଉପଜିଲ୍ଲା ପାଳ ବିଶିକେସନ ଦେହୁରୀ ଙ୍କୁ ଭେଟି ଏକ ଦାବିପତ୍ର ଦେଇ ହରିଜନପଡା ପ୍ରାଇମେରୀ ସ୍କୁଲକୁ ବିନ୍ଧ୍ୟବାସିନୀ ସରକାରୀ ପ୍ରାଇମେରୀ ସ୍କୁଲ ନାମରେ ନାମିତ କରିବାକୁ ଦାବି କରିଥିଲେ I ଅଭିଯୋଗ ପରେ ବିଇଓ ଙ୍କ ନିର୍ଦ୍ଧେଶ କ୍ରମେ ସ୍କୁଲର ନାମ ନୂତନ ଭାବରେ ବିନ୍ଧ୍ୟବାସିନୀ ସରକାରୀ ପ୍ରଥମିକ ସ୍କୁଲ ନାମରେ ନାମିତ କରାଯାଇଛି I

 

Leave A Reply

Your email address will not be published.