“ ମାନବ ସମାଜର କଲ୍ୟାଣ ବିଜ୍ଞାନର ଅବଦାନ ଅତୁଳନୀୟ ” 

0

ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା 

ବଲାଙ୍ଗିର (ନିରୋଜ ମିଶ୍ର) – ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି  ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ସତ୍ୟ ପ୍ରସାଦ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଚନ୍ଦନଭାଟି ହାଇସ୍କୁଲର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମେହେର ଯୋଗ ଦେଇ ନିଜ ବକ୍ତବ୍ୟରେ ବିଜ୍ଞାନ ମାନବ ସମାଜର କଲ୍ୟାଣ ପାଇଁ ସବୁବେଳେ ଯୋଗଦାନ ଦେଇ ଆସୁଅଛି ବୋଲି କହିଥିଲେ ।  ସମ୍ପାଦକ ଜଳନ୍ଧର ପୁଟେଲ, ଦକ୍ଷିଣ-ପଶ୍ଚିମ ସମ୍ଭାଗ କାର୍ଯ୍ୟାଳୟ ପ୍ରମୁଖ ଜ୍ଞାନ ରଂଜନ ପାଢି, ସଙ୍କୁଳ ସଂଯୋଜକ ଅଶୋକ କୁମାର ଭୋଇ, ସଙ୍କୁଳ ପ୍ରମୁଖ ଡ. ରମାକାନ୍ତ ରାଉତ  ମଞ୍ଚାସୀନ ଥିଲେ । ସଙ୍କୁଳ ସଂଯୋଜକ ଆଲୋକ ଭୋଇ କାର୍ଯ୍ୟକ୍ରମର ଉଦେ୍ଧଶ୍ୟ ଜ୍ଞାପନ କରିଥିଲେ । ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ ପରିଚ୍ଛା ଦେଇଥିଲେ ।   ଜ୍ଞାନ ବିଜ୍ଞାନ ମେଳାରେ ଶିଶୁ ବର୍ଗ, ବାଳ ବର୍ଗ ଓ କିଶୋର ବର୍ଗ ର ଛାତ୍ର ଛାତ୍ରୀମାନଙ୍କୁ ନେଇ ସଂସ୍କୃତି ବିଜ୍ଞାନ, ଗଣିତ ଓ ବିଜ୍ଞାନ  ପ୍ରଶ୍ନମଂଚ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା ।  ପୁରସ୍କାର ବିତରଣ ଉତ୍ସବରେ ଶିକ୍ଷାବିତ୍ ସନାତନ ଠାକୁର ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ।  ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଉତ୍ତୀର୍ଣ୍ଣ କୃତୀ ଛାତ୍ର ଛାତ୍ରୀ ଆସନ୍ତା ସେପ୍ଟେମ୍ବର ମାସ  ତୁଷୁରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ୬ ଓ ୭ ତାରିଖ ଦୁଇ ଦିନ ଧରି ହେବାକୁ ଥିବା ବିଭାଗ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଶେଷରେ ଧନ୍ୟବାଦ ଦେଇଥିଲେ  ଅଶୋକ କୁମାର ଖମାରୀ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା  ସହଯୋଗ କରିଥିଲେ । 

 

Leave A Reply

Your email address will not be published.