ମେଲଛାମୁଣ୍ଡା ଦୁର୍ଗାପୂଜା କମିଟି ଗଠିତ : ବଂଟି ଦେବତା ସଂପାଦକ

0

  ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ରାଜୀବ ଭବନ ପ୍ରାଙ୍ଗଣରେ ୫୫ ତମ ସର୍ବଜାନୀନ ଦୁର୍ଗାପୂଜା ପାଇଁ ମଙ୍ଗଲବାର ସଂଧ୍ୟାରେ କମିଟି ଚୟନ ହୋଇଯାଇଛି । ଏହି ଅବସରରେ ଗ୍ରାମର ଗୌନ୍ତିଆ ଦୀପକ କୁମାର ଭୋଇଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ପ୍ରଥମେ ବିଗତ ବର୍ଷର ଆୟ, ବ୍ୟୟର ସମୀକ୍ଷା  କରାଯାଇଥିଲା । ଚଳିତ ବର୍ଷ ପାଇଁ ପୁଣି ଥରେ ବିଗତ ବର୍ଷରେ ସୂଚାରୁ ରୁପେ ପୂଜା ସଂପାଦନ କରିଥିବା ଅନ୍ନଦା ପ୍ରସାଦ ଦେବତା (ବଂଟି)ଙ୍କୁ  ସଂପାଦକ, ସତ୍ୟବ୍ରତ ବାରିକ ଓ ଗୋପାଲ ସାହୁଙ୍କୁ ସହ ସଂପାଦକ ଭାବେ ମନୋନୟନ କରାଯାଇଥିଲା । ସେହିପରି ସଂପାଦକ ମାନଙ୍କୁ ଉପଦେଶ ଦେବା ସହ ସହଯୋଗ କରିବା ପାଇଁ ଗୌନ୍ତିଆ ଦୀପକ କୁମାର ଭୋଇ, ପ୍ରକାଶ ବରିହା, ୱାର୍ଡ ମେମ୍ବର ବନମାଲି ବନଛୋର, ୱାର୍ଡ ମେମ୍ବର ଟିକେଲାଲ ଥପା, ସୁଶାନ୍ତ ଭୋଇ, ସଂଜୀବ ନାୟକ, ପ୍ରଶାନ୍ତ ଦେବତା, ରାଜେନ୍ଦ୍ର ମିଶ୍ର, ପ୍ରତ୍ୟୁଷ ଭୋଇ, ସଂଜୀବ ବାରିକ, ଅମିୟ ଆଚାର୍ଯ୍ୟ, ସୁଦୀପ ମିଶ୍ର, ଆନନ୍ଦ ବନଛୋର, ବୃନ୍ଦାବନ କର୍ରି, ରମେଶ ସାହୁ, ଜୟକୃଷ୍ଣ ରଣା, ସତ୍ୟବାଦୀ ପଧାନ, ରବି ପୋଢ, ସୁବାଷ ପଧାନ, କିଶୋର ବଗାର, ପବିତ୍ର ବାରିକ, ମନୋଜ ଭୋଇ, ମକୁନ୍ଦ ବାରିକ, ଶିବାଜୀ ବରିହା, କମଳ ଭୋଇ ଓ ପ୍ରତିବୋଧ ବାଗ ପ୍ରମୁଖଙ୍କୁ ନେଇ ଏକ ଉପଦେଷ୍ଟା କମିଟି ଗଠନ କରାଯାଇଥିଲା । ଚଳିତ ବର୍ଷ ପୂଜାଟିକୁ ମହାସମାରୋହରେ ପାଳନ କରିବା ସହ ଅଧିକ ଆର୍କଷଣିୟ କରିବା ପାଇଁ ମିନା ବଜାର, ସର୍କସ, ଅପେରା, ରାବଣ ପୋଡିରେ ଆତାଶ ବାଜି ଆଦିର ବ୍ୟବସ୍ଥା କରିବା ପାଇଁ ସଭାରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ପ୍ରକାଶ ଯୋଗ୍ୟ ଯେ ମେଲଛାମୁଣ୍ଡା ଅଂଚଳରେ ସାର୍ବଜନୀନ ଦୁର୍ଗା ପୁଜା ଏକ ସ୍ୱତନ୍ତ୍ର ସ୍ଥାନ ରଖିଛି । ପୂଜାଟିକୁ ଦେଖିବା ପାଇଁ ଅଂଚଳର ହଜାର ସଂଖ୍ୟାରେ ଜନସମାଗମ ହୋଇଥାଏ ।

 

 

Leave A Reply

Your email address will not be published.