ଗଜପତି:-ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରରେ ଭଗବାନ ଶ୍ରୀ-କୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ  ଓ ନନ୍ଦଉତ୍ସବ  ଭକ୍ତି ଓ ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ମଠ ଓ ମନ୍ଦିର ଗୁଡ଼ିକରେ ସଂକୀର୍ତ୍ତନ ହେବାସହ  ଶ୍ରଦ୍ଧାଳୁ ମହିଳା ଭକ୍ତ ମାନଙ୍କ ଭିଡ ଲାଗି ରହିଥିଲା ।

       ଏହି ଅବସରରେ  ବାଲ ମୁକୁନ୍ଦ କେନ୍ଦ୍ର ପକ୍ଷରୁ  କେନ୍ଦ୍ର ପରିସରରେ  ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀଙ୍କ ତତ୍ତ୍ଵ ଧ୍ୟାନରେ  ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଶ୍ରୀକୃଷ୍ଣଙ୍କ  ଜନ୍ମ ଓ ବାଲ୍ୟ ଲୀଳା ସମ୍ପର୍କରେ ଆଲୋଚନା ହୋଇ ବକ୍ତୃତା ପ୍ରତିଯୋଗିତା କାର୍ୟ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ରସିକ-ରାଜ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ହୋଇ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

     ମା ଫୁଲସୁନ୍ଦରୀ ଠାକୁରାଣୀ  ଭାଗବତ ଟୁଙ୍ଗୀ ପକ୍ଷରୁ ମା ଙ୍କ ପୁଜାର୍ଚ୍ଚନା ଓ ଭଜନ ସଂକୀର୍ତ୍ତନ ପ୍ରଭୃତି କରାଯାଇ ସଂକୀର୍ତ୍ତନ ମଣ୍ଡଳୀ ସମଗ୍ର ସହର ପରିକ୍ରମା କରିଥିଲା । ଏଥିରେ କୁର୍ଲଣ୍ଡା , ଯାଜପୁର ଓ ପାରଳାଖେମୁଣ୍ଡିର ସଂକୀର୍ତ୍ତନ ଦଳମାନେ ଅଂଶଗ୍ରହଣ କରିଥିଲେ । ଏହି ସଂକୀର୍ତ୍ତନ ଦଳର ସମସ୍ତଙ୍କୁ ପାରଳା ସ୍ବାଭିମାନ ମଞ୍ଚ ପକ୍ଷରୁ ଡ଼ଃ ତିରୁପତି ପାଣିଗ୍ରାହୀ  ଶ୍ରୀମଦ ଭାଗବତ ପୁସ୍ତକ , ଧୋତି-ବସ୍ତ୍ର , ଏବଂ ପୁରୀ-ପ୍ରସାଦ ବଣ୍ଟନ କରିଥିଲେ ।

    ଏହି ସମସ୍ତ କାର୍ଯ୍ୟକ୍ରମକୁ ହରେ-ରାମକୃଷ୍ଣ ଚୌଧୁରୀ , ମୁରଲୀ ପରିଛା , ନିତ୍ୟାନନ୍ଦ ଚୌଧୁରୀ , ଜାନକୀ ବେହେରା , ଅଭିମନ୍ୟୁ ପଣ୍ଡା , କୃଷ୍ଣ ବେହେରା ଏବଂ ବିଜୟ ପ୍ରଧାନ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

   ସେହି ପରି ରବିବାର ଦିନ ଶ୍ରୀକରଣ ସାହି ସ୍ଥିତି ରାଧାମୋହନ ମନ୍ଦିର ରୁ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସୁସଜ୍ଜିତ ବିମାନରେ ବସାଇ ନଗର ପରିକ୍ରମା କରିଥାନ୍ତି।ଏହି ସମୟରେ ସାହି ସାହିରେ ନନ୍ଦଉତ୍ସବ ଅନୁଷ୍ଠିତ ହୋଇଥାଏ।ସେଭଳି ବାଲ୍ ମୁକୁନ୍ଦ କେନ୍ଦ୍ର ପରିସରେ ମଧ୍ୟ ନନ୍ଦଉତ୍ସବ ପାଳିତ ହୋଇଯାଇଛି।  ଛୋଟ ଛୋଟ ଛୋଟ ପିଲା ମାନେ କୃଷ୍ଣ ବେଶରେ ଦହି ହାଣ୍ଡି ଭାଙ୍ଗି ଥିଲେ।

Leave A Reply

Your email address will not be published.