ମନେ ପଡିଲେ ଗାଁ ଗୌନ୍ତିଆ :ସ୍ମୃତିରେ ବୃକ୍ଷ ରୋପଣ

0 1

ଅନାଥ ଆଶ୍ରମରେ ପାଳିଲେ ପ୍ରଥମ ଶ୍ରାଦ୍ଧବାର୍ଷିକୀ 

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଠାରେ ପୂର୍ବତନ ଗୌନ୍ତିଆ ସ୍ବର୍ଗତ ପ୍ରଫୁଲ୍ଲ କୁମାର ସାହୁଙ୍କ  ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ତାଙ୍କ ପରିବାର ତଥା ଗ୍ରାମବାସୀଙ୍କ ଉଦ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ଗାଇସିଲେଟ ବ୍ଲକ ଜେଇ ଜଗବନ୍ଧୁ ମେହେର,ସମ୍ମାନୀତ ଅତିଥି ଭାବେ ସମାଜସେବୀ ରାଜେନ୍ଦ୍ର କୁମାର ପଣ୍ଡା,ସାମ୍ବାଦିକ କେଦାର ନାଥ ସାହୁ, ଝସକେତନ ସାହୁ,ମୋତିଲାଲ ସାହୁ, ପିତବାସ ଗୁରୁ,ଗଙ୍ଗାଧର ସେଠ,ରାହାସ ସାହୁ,ସ୍ବର୍ଗତ ସାହୁଙ୍କ ବଡ ପୁତ୍ର ମନୋରଞ୍ଜନ ସାହୁ,ସାନ ପୁତ୍ର ସମିତି ସଭ୍ୟ  ମାନଭଞ୍ଜନ ସାହୁ, ହର୍ଷ ଭୋଇ, ଗଦି ଭୋଇ,ହେମାନନ୍ଦ ସାହୁ, ତପିରାଜ ସାହୁ ପ୍ରମୁଖ ଗ୍ରାମବାସୀଙ୍କ ଉପସ୍ଥିତ ରହି ବିଭିନ୍ନ ପ୍ରକାରର ପଚାଶଟି ବୃକ୍ଷରୋପଣ କରିଥିଲେ । ପରେ ପ୍ରଫୁଲ୍ଲ କୁମାର ସାହୁଙ୍କ ଦିପୁତ୍ର ଏବଂ ନାତିମାନେ ସ୍ଥାନୀୟ ଜନକେଡା ଅନାଥ ଆଶ୍ରମକୁ ଯାଇ ସେଠାରେ ଏକ ଶୋକସଭା କରିବାପରେ ମୂକ,ବଧିର, ତଥା ଅନାଥ ଅନ୍ତେବାସୀ  ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ସହ ଖାତା ଓ କଲମ ବଣ୍ଟନ କରିଥିଲେ। ପ୍ରକାଶ ଥାଉକି ସ୍ବର୍ଗତ ସାହୁ ଏକାଧାରରେ ଜଣେ ପରୋପକାରୀ,ଧର୍ମ ପରାୟଣ,ସରକାରୀ କର୍ମଚାରୀ ତଥା ସମାଜର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ। ତାଲପାଲି ଅଞ୍ଚଳର ଅନେକ ଗୁଡିଏ ସାମାଜିକ କାର୍ଯ୍ୟରେ ତାଙ୍କର ଅତୁଳନୀୟ ଅବଦାନ ରହିଛି।

 

 

 

Leave A Reply

Your email address will not be published.