୯ଜଣ କୁନି ବୈଜ୍ଞାନିକ ରାଜ୍ୟ ସ୍ତରକୁ ମନୋନୀତ

0 1

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ନୟାଗଡ ଜିଲ୍ଲା ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଓଡଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବର୍ଗ, ବାଲ ବର୍ଗ ଏବଂ କିଶୋର ବର୍ଗରୁ ମୋଟ ୪୨ଜଣ କୁନି ବୈଜ୍ଞାନିକ ଭାଗନେଇଥିବା ବେଳେ ବିଭିନ୍ନ ବିଭାଗରେ ସଫଳତା ଅର୍ଜନ କରି ୨୮ଜଣ ଶିଶୁ  ପୁରସ୍କୃତ ହୋଇଥିଲେ । ଏଥି ସହିତ ୯ଜଣ ଶିଶୁ ସମ୍ଭାଗ ସ୍ତରୀୟ ମେଳାରେ ଭାଗନେବାପାଇଁ ମନୋନୀତ ହୋଇଥିଲେ ।  ବାଲବର୍ଗର ସଂକୃତିଜ୍ଞାନ ପ୍ରଶ୍ନମଂଚରେ ଚନ୍ଦନ ପଣ୍ଡା, ଅସ୍ୱିନୀ କୁମାର ସାହୁ ଏବଂ ଶାଶ୍ୱତ କୁମାର ବିଶୋଇ , ବିଜ୍ଞାନ ପ୍ରଶ୍ନ ପ୍ରଥମଂଚରେ ଜୀବନଜ୍ୟୋତି ଦାଶ, ପ୍ରଦ୍ୟୁମ୍ନ ନାୟକ ଏବଂ ଶୁଭଦର୍ଶିନୀ ବେହେରା, ଗଣିତ ପ୍ରକଳ୍ପରେ ଆର୍ଯ୍ୟନ ବାଡତିଆ, ବିଜ୍ଞାନ ପ୍ରକଳ୍ପରେ ବାଲବର୍ଗ ସୋମନାଥ ପ୍ରଧାନ ଏବଂ କିଶୋରବର୍ଗରେ ଭାର୍ଗବୀଲିପ୍ସା ମିଶ୍ର, ନିବନ୍ଧ ଲିଖନରେ ବାଲବର୍ଗ ରେ ତୃପ୍ତିରାଣୀ ପ୍ରଧାନ ପ୍ରଥମ ଏବଂ କିଶୋର ବର୍ଗରେ ସ୍ନିଗ୍ଧା ସୁରଭି ମିଶ୍ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଭଗବାନ ମହାପାତ୍ରଙ୍କ ସହିତ ସମସ୍ତ ଗୁରୁଜୀ ଗୁରୁମା କୁନି ପ୍ରତିଭାମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ ।        

 

Leave A Reply

Your email address will not be published.