ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ହଟିଲେ ବେଆଇନ୍  କାର୍ଯ୍ୟରେ ଲିପ୍ତଥିବା କିରାଣୀ

0 1

 ଭୁବନେଶ୍ୱର(ଶାସକ ପ୍ରଶାସକ): ଚୌଦ୍ୱାର ମହାବିଦ୍ୟାଳୟର କନିଷ୍ଠ କିରାଣି ଶ୍ରୀ ରବୀନ୍ଦ୍ର ପୃଷ୍ଟିଙ୍କୁ ପ୍ରଶାସନିକ କାରଣରୁ ବଦଳି କରାଯାଇଛି | ଆଜି ଏହି ମର୍ମରେ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ବଦଳି ଆଦେଶବଳରେ ଶ୍ରୀ ପୃଷ୍ଟିଙ୍କୁ ନରସିଂହ ପୁର ମହାବିଦ୍ୟାଳୟକୁ ବଦଳି କରାଯାଇଛି  ଏବଂ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି | 

ସୂଚନାଯୋଗ୍ୟ ଯେ  କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂ ପଦବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗତ ଅଗଷ୍ଟ ୧୪ ତାରିଖରେ ଚୌଦ୍ୱାର ମହାବିଦ୍ୟାଳୟ ଅଚାନକ ଗସ୍ତ ସମୟରେ ଶ୍ରୀ ପୃଷ୍ଟିଙ୍କ ବିରୁଦ୍ଧରେ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା |  ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁଙ୍କ ଚୌଦ୍ୱାର ମହାବିଦ୍ୟାଳୟ ଗସ୍ତ ସମୟରେ ଶ୍ରୀ ପୃଷ୍ଟି ଚୌଦ୍ୱାର ମହାବିଦ୍ୟାଳୟରେ ଅନେକ ବେଆଇନ୍  କାର୍ଯ୍ୟରେ   ଲିପ୍ତଥିବା  ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ  ହୋଇଥିବା ପରିପ୍ରେକ୍ଷୀରେ  ମନ୍ତ୍ରୀ ଡ. ସାହୁଙ୍କ ନିର୍ଦ୍ଦେଶ କ୍ରମେ ଉଚ୍ଚଶିକ୍ଷାବିଭାଗ ପକ୍ଷରୁ ଏହାର ସତ୍ୟାସତ୍ୟ ଯାଞ୍ଚ କରାଯାଇ  ତାଙ୍କର ବଦଳି ନିମନ୍ତେ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କୁ ସୁ ପାରିଶ କରାଯାଇଥିଲା | 

 

Leave A Reply

Your email address will not be published.