ଦେଶ ଜଣେ ମୂଳ ବିଚାରକଙ୍କୁ ହରାଇଲା : ଧର୍ମେନ୍ଦ୍ର ପ୍ରଧାନ

0 2

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

 ଭୁବନେଶ୍ୱର– ଦେଶ ଜଣେ ମୂଳ ବିଚାରକଙ୍କୁ ହରାଇଲା ବୋଲି ବିଜେପିର ବରିଷ୍ଠ  ନେତା, ଆଇନଜୀବୀ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ଦୁଃଖ ପ୍ରକାଶ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ । ଅରୁଣ ଜେଟଲୀ ଜଣେ ବହୁତ ବଡ ବ୍ୟକ୍ତିତ୍ୱ ଏବଂ ସେ ତାଙ୍କର ଜଣେ ଭଲ ସାଙ୍ଗ, ଦାର୍ଶନିକ ଓ ଅଭିଭାବକ ଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅରୁଣ ଜେଟଲୀ ଛାତ୍ରାବସ୍ଥାରୁ ସାମାଜିକ କାମ ଆରମ୍ଭ କରିଥିଲେ ଓ ସେ ସତ ପାଇଁ ଆନ୍ଦୋଳନ  କରୁଥିଲେ । ଶ୍ରୀ ଜେଟଲୀ ଜୟପ୍ରକାଶ ନାରାୟଣ ଆନେ୍ଦାଳନର ବଡ ତାରକା ଥିଲେ । ଆଇସିୟୁରେ ଭର୍ତି ହେବା ପୂର୍ବରୁ ସେ ଶ୍ରୀ ଜେଟଲୀଙ୍କୁ ସାକ୍ଷାତ କରିଥିଲେ । ତେବେ ଜଣେ ଅଭିଭାବକ, ମୂଳ ବିଚାରକ ଓ ପରିବାରର ସଦସ୍ୟ ଭାବରେ ତାଙ୍କୁ ଆମେ ହରେଇଛୁ ବୋଲି କେନ୍ଦ୍ରମନ୍ତ୍ରୀ  ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ ଅରୁଣ ଜେଟଲୀଙ୍କ ବିୟୋଗରେ ଦେଶର ଅପୂରଣୀୟ କ୍ଷତି ହୋଇଥିବା କହିବା ସହ ଆଜିର ଦୁଃଖଦ ଘଡିରେ ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ଧୈର୍ଯ୍ୟ ପ୍ରଦାନ କରିବା ସହ ଅମରଆତ୍ମାର ସଦଗତି କାମନା କରିଛନ୍ତିା

Leave A Reply

Your email address will not be published.