ଖୁର୍ସେଲଗୁଡ଼ା ଠାରେ ଶ୍ରୀକୃଷ୍ଣଙ୍କ ଜନ୍ମୁୋତ୍ସବ

0 2

ଜୁନାଗଡ/ ଆଦିତ୍ୟ ମହାନ୍ତି : ଜୁନାଗଡ଼ ବ୍ଲକ ଗୌଡ଼ଛେଣ୍ଡିଆ ପଞ୍ଚୟତ ଅନ୍ତର୍ଗତ ଖୁର୍ସେଲଗୁଡ଼ା ଗ୍ରାମରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୁୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି ।ସ୍ଥାନୀୟ ଯାଦବ ସମ୍ପଦାୟର ପକ୍ଷରୁ ଏହି କାର୍ଯ୍ୟକ୍ରମଟିକୁ ଆୟୋଜନ କରାଯାଇଥିଲା । ପୂର୍ବତନ ଜିଲା ଯାଦବ ମହାସଭା ସଭାପତି ଡମ୍ବରୁଧର ଲାହଜଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୁନାଗଡ ବିଧାୟକ ତଥା ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ ବିଧାୟକ ମୋହୋଷଧି ବାଗ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପୂର୍ବତନ ସଭାପତି ଟିକଚନ ନାଗ, ଯାଦବ ନେତା ଶିବ ହାତୀ, ସିମାଞ୍ଚଳ ନାଗ, ବିଜେଡି ଜିଲା କାର୍ଯ୍ୟକାରି ସଭାପତି ପ୍ରମୋଦ ରଥ, ଜୁନାଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ଅଜୟ ବେହେରା, ଅଲେଖ ଗୋପାଳ, ବୈକୁଣ୍ଠ ନାଗ, ଭାଗ୍ୟବନ୍ତ ବେମାଲ, ଅଜିତ ବେମାଲ, ସଦାଶିବ ବେମାଲ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.