ଅନ୍ତିମ ସଂସ୍କାର କରି ଫେରୁଥିବା ବେଳେ ଦୁର୍ଘଟଣା : ୨ ମୃତ, ୧୩ ଆହତ

0 2

ବଡ଼ବିଲ: (ଶାସକ ପ୍ରଶାସକ) : ଆଜି ସନ୍ଧ୍ୟାରେ ଏକ  ସଡକ ଦୁର୍ଘଟଣାରେ କିରିବୁରୁ ନିକଟରେ ଏକ କ୍ୟାମ୍ପର ଓଲଟି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।  ଘଟଣାରୁ ପ୍ରକାଶ ଯେ କିରିବୁରୁ ଆର ସି ହଟିଂ ଅଞ୍ଚଳର କିଛି ବ୍ୟକ୍ତି ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର କରି ଏକ କ୍ୟାମ୍ପର ଯୋଗେ ଫେରୁଥିବା ବେଳେ ଘାଟି ରାସ୍ତାରେ କ୍ୟାମ୍ପର ଭାରସ୍ୟାମ ହରାଇ ଓଲଟି ପଡିଥିଲା। ଫଳରେ କ୍ୟାମ୍ପରରେ ଥିବା ଜଣକର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ କିରିବୁରୁ ହସପିଟାଲକୁ ନିଆ ଯାଇଥିବାବେଳେ ସେଠାରେ ଅନ୍ୟ ଜଣକର ମୃତ୍ୟୁ ଘଟିଥିଲା।

ଖବର ପାଇ ବଲାଣି ଥାନାଧିକାରୀ  ଶ୍ରୀକାନ୍ତ ସାହୁ ଆହତଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ। ମୃତକ ଦୁଇଜଣ ହେଲେ ଅର୍ଜୁନ କାରୁଆ ଓ ଛୋଟୁ ପାନ।

Leave A Reply

Your email address will not be published.