ତ୍ରିରଙ୍ଗାକୁ ଅସମ୍ମାନ ପ୍ରସଙ୍ଗ :ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ କୁସୁମ 

0 2

ରାଉରକେଲା/ହୋରାଚାନ୍ଦ ଦେଉରିଆ –  ଅଗଷ୍ଟ-15 ଦିନ ରାଉରକେଲା ସହରରେ ସ୍ମାଇଲ ଫର ଏଭର ନାମକ ଏକ ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମରେ ତ୍ରିରଙ୍ଗା ପ୍ରତି ହୋଇଥିବା ଅସମ୍ମାନ ପ୍ରସଙ୍ଗରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଜିଲ୍ଲାର ଜଣାଶୁଣା ସମାଜସେବୀ ଶାନ୍ତନୁ କୁସୁମ| ତତ ସଙ୍ଗେ ସଙ୍ଗେ  ନିଜ ପ୍ରତିଷ୍ଠା ଅର୍ଜନ କରିବା ତଥା ବିଶ୍ୱ ରେକର୍ଡ କରିବା ନିଶାରେ ତ୍ରିରଙ୍ଗାର ଏଭଳି ଅସମ୍ମାନ ରାଷ୍ଟ୍ରଦ୍ରୋହ ଅଟେ ବୋଲି ସେ କହିବା ସହିତ ବ୍ୟକ୍ତିଗତ ସ୍ୱାର୍ଥ ନିମନ୍ତେ ତ୍ରିରଙ୍ଗାକୁ ବ୍ୟବହାର କରିବା ରାଷ୍ଟ୍ର ପାଇଁ ଅଶୁଭ ସଂକେତ ବୋଲି କହିଛନ୍ତି କୁସୁମ| ଏହି ପରିପ୍ରେକ୍ଷୀରେ ସମାଜସେବୀ ଶ୍ରୀ କୁସୁମ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ twiter ଯୋଗେ ରାଉରକେଲାରେ ତ୍ରିରଙ୍ଗା ପ୍ରତି ହୋଇଥିବା ଅସମ୍ମାନ ଘଟଣା ବିଷୟରେ ବିସ୍ତୃତ ଭାବରେ ଦୃଷ୍ଟି ଆକର୍ଷଣ କରିବା ସହିତ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି| ଶ୍ରୀ କୁସୁମ ତାଙ୍କ tweet ରେ ଦର୍ଶାଇଛନ୍ତି ଯେ,ତ୍ରିରଙ୍ଗା ଖାଲି ଏକ ରଙ୍ଗର ମିଶ୍ରଣ ନୁହେଁ କି ଖାଲି ଏକ ରଙ୍ଗବୋଳା କପଡା ନୁହେଁ, ଏହା ଆମ ରାଷ୍ଟ୍ରର ସମ୍ମାନ ଓ ସ୍ୱାଭିମାନର ପ୍ରତୀକ ଅଟେ| ଏହା ମାତୃଭୂମି ପାଇଁ ବଳିଦାନ ଦେବାର ପ୍ରେରଣାର କେନ୍ଦ୍ର ଅଟେ| ହେଲେ ପ୍ରତିଷ୍ଠା ଅର୍ଜନ କରିବା ତଥା ବିଶ୍ୱ ରେକର୍ଡ କରିବା ନିଶାରେ ଅଗଷ୍ଟ-15 ଦିନ ରାଉରକେଲା ସହରର ରିଂ ରୋଡ଼ରେ ଯେଭଳି ଢଙ୍ଗରେ ତ୍ରିରଙ୍ଗାର ଅପମାନ କରାଗଲା ତାହା ରାଷ୍ଟ୍ରଦ୍ରୋହ ଠାରୁ କୌଣସି ଗୁଣରେ କମ ନୁହେଁ| ତ୍ରିରଙ୍ଗା ରାଷ୍ଟ୍ରପ୍ରେମର ପ୍ରତୀକ ହୋଇଥିବା ବେଳେ ତ୍ରିରଙ୍ଗା ଲକ୍ଷ ଲକ୍ଷ ଦେଶଭକ୍ତଙ୍କ ବଳିଦାନର ମୁକସାକ୍ଷୀ ଅଟେ| ତେଣୁ ପ୍ରତିଷ୍ଠା ଅର୍ଜନ କରିବା ନିଶାରେ ତ୍ରିରଙ୍ଗାକୁ ବ୍ୟବହାର କରିଥିବା ତଥା ତ୍ରିରଙ୍ଗାକୁ ଅପମାନ କରିଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଉଚିତ| ତେଣୁ ଲକ୍ଷ ଲକ୍ଷ ଦେଶଭକ୍ତଙ୍କ ବଳିଦାନ ପରେ ପ୍ରାପ୍ତ ହୋଇଥିବା ତ୍ରିରଙ୍ଗାର ମର୍ଯ୍ୟାଦାକୁ ରକ୍ଷା କରିବାକୁ ଯାଇ ସମ୍ପୃକ୍ତ ବ୍ୟକ୍ତି ଓ ଅନୁଷ୍ଠାନ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଶ୍ରୀ କୁସୁମ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି| ତାସହିତ ଦେଶ ଭିତରେ ଆଉ ତ୍ରିରଙ୍ଗା ପ୍ରତି ଏଭଳି ଅସମ୍ମାନ କେବେ ନହେବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଶ୍ରୀ କୁସୁମ ନିବେଦନ କରିଛନ୍ତି |

 

 

Leave A Reply

Your email address will not be published.