ଜିଲ୍ଲାସ୍ତରୀୟ  ୟୁଥ୍ ପାର୍ଲାମେଣ୍ଟ ପ୍ରତିଯୋଗୀତା

0 1

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ମହେନ୍ଦ୍ରଗିରି ମୁନିସିପାଲ ଉଚ୍ଚ-ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ  ଓଡିଶା , ଆନୁକୂଲ୍ୟରେ  ଜିଲ୍ଲା-ସ୍ତରୀୟ ୟୁଥ୍ ପାର୍ଲାମେଣ୍ଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଯାଇଛି ।

    ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ  ଆୟୋଜିତ ସଭା କାର୍ଯ୍ୟକ୍ରମରେ   ଅଧ୍ୟକ୍ଷତା କରି ବିଦ୍ୟାଳୟ ସ୍ତରରେ ଛାତ୍ରାଛାତ୍ରୀ ମାନେ ଦେଶର ଗଣତନ୍ତ୍ର ଶାସନ ବିଷୟରେ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ସମ୍ପୁର୍ଣ୍ଣ ଭାବେ ଅବଗତ ହୋଇ ସଚେତନ ହେବା ସହ ପାର୍ଲାମେଣ୍ଟର ବିଭିନ୍ନ କାର୍ଯ୍ୟକ୍ରମ ଓ କାର୍ଯ୍ୟକାରିତା ଉପରେ ଜାଣିପାରି ସୁ-ନାଗରିକ ଗଠନରେ କିଭଳି  ସହାୟକ ହୋଇ ପାଟିବେ , ଏହାହିଁ ଏହି  କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଷ୍ୟ  ବୋଲି କହିଥିଲେ ।

        ଏହି ପ୍ରତିଯୋଗିତାରେ ଜିଲ୍ଲାର ୧୬ ଗୋଟି ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଦୁଇଜଣ ଲେଖାଏଁ  ଛାତ୍ରଛାତ୍ରୀ  ଓ  ୧୬- ଜଣ  ସହାୟକ  ଶିକ୍ଷକ ଅଂଶଗ୍ରହଣ କରିଥିଲେ । ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ-ଅଧ୍ୟାପକ ଡ଼ଃ  ମହେନ୍ଦ୍ର ରଇତ , ଅବସର-ପ୍ରାପ୍ତ ପ୍ରଧାନଶିକ୍ଷକ ବାଲାନନ୍ଦ ରଥ ଏବଂ ଜିଲ୍ଲା  ଶିକ୍ଷା  ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟାପକ ପ୍ରସାଦ ନାୟକ ପ୍ରମୁଖ  ବିଚାରକ ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶୁଭଲକ୍ଷ୍ମୀ ଦାସ  ମଞ୍ଚସୀନ ରହି  ସ୍ୱାଗତ ଭାଷଣ ଦେଇଥିଲେ ।

       ଏହି ପ୍ରତିଯୋଗିତାରେ ବାଘଶଳା ଗ୍ରାମସ୍ଥିତ ରାଧାଚରଣ ଦାସ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ପପୁନ ଦାସ ପ୍ରଥମ ସ୍ଥାନ ଅଧିକାର କରି   ଆସନ୍ତା ୨୪ ତାରିଖ ଦିନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ-ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ  ବିଚାରକ ମାନଙ୍କ ଦ୍ୱାରା ମନୋନୀତ ହୋଇ ପୁରସ୍କାର ପାଇଛନ୍ତି । ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମକୁ  ବରିଷ୍ଠ ଶିକ୍ଷକ ଲଳିତ ନାୟକ ,  ଲକ୍ଷଣ ବେହେରା , ଓଡିମି ମୋହନ ରାଓ ଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ ।

 

Leave A Reply

Your email address will not be published.