ଯିବା ବାଟରେ ନିଜେ ପଢିଥିବା ସ୍କୁଲ ପଡିଲା ତ, ମନ୍ତ୍ରୀଙ୍କୁ ଟାଣିନେଲା ପିଲାଦିନ

0

ବରଗଡ :- କାର୍ଯ୍ୟକ୍ରମରେ ଯାଉଥିଲେ ବିଜେପୁର । ହେଲେ ବାଟରେ ପଡିଗଲା ସେଇ ସ୍କୁଲ , ଯେଉଁଠି କଟିଥିଲା ପିଲାଦିନ । ସରିଥିଲା ପ୍ରାଥମିକ ଶିକ୍ଷା ।  ଆଉ ମନ ଟାଣିଲାନି ଆଗକୁ ଯିବାକୁ । ମନେ ପଡିଗଲା ପିଲାଦିନର ସେଇ ଅଭୁଲା ସମୟ, ସେଇଠି ବ୍ରେକ ଲାଗିଗଲା ମନରେ । ଗାଡି ସାଇଡ କରି ରଖିବାକୁ ଡ୍ରାଇଭରଙ୍କୁ ନିର୍ଦ୍ଦେଶ ଦେଇ ଓହ୍ଲାଇ ପଡିଲେ । ସିଧା ପଶିଗଲେ ସ୍କୁଲ ଭିତରକୁ । ପିଲାଦିନର ସବୁ କଥା  ମନରେ ତାଜା ହୋଇ ଯାଉଥାଏ । ପାଦ ଯେତିକି ଆଗକୁ ଆଗକୁ ଯାଉଥାଏ , ମନ ସେତିକି ପଛକୁ ପଛକୁ ବା ସେଇ ପୁରୁଣା ଦିନକୁ ଚାଲିଯାଉଥାଏ । ସ୍କୁଲର ସମସ୍ତେ ପାଛୋଟି ନେଲେ । ଆଉ ସବୁ ଷ୍ଟାଫଙ୍କ ସହ ଦି ପଦ କଥା ହୋଇ ପଶିଗଲେ ଶ୍ରେଣୀ ଭିତରକୁ । ପିଲାଏ ବି ସାମନାରେ ମନ୍ତ୍ରୀଙ୍କୁ ଦେଖି ଖୁସି, ଆଉ ପିଲାଙ୍କ ସହିତ କିଛି ସମୟ କାଟି ସେ ବି ଚାଲି ଯାଇଥିଲେ ପ୍ରାଥମିକ ସ୍କୁଲ ବେଳର ସମୟକୁ ।

ଆମେ କହୁଛୁ ନବୀନ ବାବୁଙ୍କ ମନ୍ତ୍ରିମଣ୍ଡଳର ଯୁବମନ୍ତ୍ରୀ ତଥା ପଶ୍ଚିମ ଓଡିଶାର ଅନ୍ୟତମ ଲୋକପ୍ରିୟ ନେତା ସୁଶାନ୍ତ ସିଂ ଙ୍କ କଥା ।  ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଆଜି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେବାପାଇଁ ବିଜେପୁର ବ୍ଲକ୍ କୁ ଯାଇଥିଲେ । ଗୁଡ଼ାଏ କାର୍ଯକ୍ରମ ସମୟ ଥିଲା ବହୁତ କମ । ହଠାତ  ମନ୍ତ୍ରୀ ପହଂଛି ଗଲେ ବିଜେପୁରର ସରକାରୀ  ପ୍ରାଥମିକ ବିଦ୍ୟାଳୟରେ । ମାନ୍ୟବର ମନ୍ତ୍ରୀ ଙ୍କୁ ବିଦ୍ୟାଳୟ ପାଇ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଅତି ଖୁସି ହେଇଥିଲେ । ବିଦ୍ୟାଳୟ ର ଶ୍ରେଣୀ ଗୃହରେ ମାନ୍ୟବର ମନ୍ତ୍ରୀ ପାଠ ପଢା ବାବଦରେ ଆଲୋଚନା କରିବା ସହିତ ଛୁଆ ମାନଙ୍କର ସହିତ ଖୁଶି ଗପ କରୁଥିବାର ଦେଖା ଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ  ମନ୍ତ୍ରୀ ଶ୍ରୀ ସିଂ ଏହି ପ୍ରାଥମିକ ବିଦ୍ୟାଳୟ ରେ ନିଜର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ ।କିଛି ସମୟ ରହଣି ଭିତରେ ଛୁଆ ମାନଙ୍କୁ ପାଠ ପଢାଇବା ସହିତ ଜଣେ ପିଲାକୁ ପଚାରିଥିଲେ ଯେ ବଡ ହେଲେ କଣ ହବ ? ମନ୍ତ୍ରୀ ଙ୍କର ପ୍ରଶ୍ନ ର ଉତ୍ତର ରେ ପିଲାଟି କହିଥିଲା ଯେ ସେ ବଡ ହେଲେ ତାଙ୍କରି ପରି ଜଣେ ମନ୍ତ୍ରୀ ହେଇ ଲୋକଙ୍କ ସେବା କରିବା । ପିଲାଟିର ଉତ୍ତରରେ ମନ୍ତ୍ରୀ ଓ ଉପସ୍ଥିତ ସମସ୍ତେ ଅନେକ ଖୁସି ହେଇଥିଲେ । ନିଜର ପ୍ରାଥମିକ ବିଦ୍ୟାଳୟ କୁ ପହଂଛି ଆଜି ମାନ୍ୟବର ମନ୍ତ୍ରୀ ନିଜର ପିଲାଦିନର କଥା ମନେ ପକାଇବା ସହିତ ନିଜେ ମଧ୍ୟ ଅନେକ ଖୁସି ଅନୁଭବ କରୁଥିବା ଦେଖିବାକୁ ମିଳିଛି ।

ମନ୍ତ୍ରୀ ଙ୍କର ଆଜିର ବିଜେପୁର ଗସ୍ତ ରେ ସମଳେଇପଦର ସ୍ଥିତ ପାର୍ବତୀ ଗିରି ବୃଦ୍ଧାଶ୍ରମକୁ ଯାଇ ସେଠାରେ ଥିବା ଅନ୍ତେବାସୀ ଙ୍କର ବିଭିନ୍ନ ସମସ୍ୟା ବାବଦରେ ବୁଝିବା ସହିତ ଏକ ନୂତନ କୋଠା ଘରର ଉଡଘାଟନ କରିଥିଲେ । ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଭତ୍ତା ବଣ୍ଟନ ଗ୍ରାମୀଣ ଆବାସ ର କାର୍ଯଦେଶ ବଣ୍ଟନ ଇତ୍ୟାଦି ରହିଥିଲା । ମାନ୍ୟବର ମନ୍ତ୍ରୀ ଙ୍କରଏହି ସବୁ କାର୍ଯକ୍ରମ ସମୟରେ ବିଜେପୁର BDO ଶ୍ରୀ ପଦ୍ମନାଭ ସାମନ୍ତରାୟ , ବିଜେପୁର ବ୍ଲକ ଅଧ୍ୟକ୍ଷା ମାନିନୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.