ପଦ୍ମପୁର ବିଜେଡିର କର୍ମି ସମ୍ମିଳନୀ : ସରକାରଙ୍କ ଯୋଜନାର ଠିକଣା ଭାବେ କାର୍ଯ୍ୟକାରୀ କରିବାକୁ ବିଧାୟକଙ୍କ ପରାମର୍ଶ 

0

  ମେଲଛାମୁଣ୍ଡା(ମନୋଜ ଭୋଇ) ବରଗଡ ଜିଲ୍ଳା ପଦ୍ମପୁରସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ରାଜବୋରାସମ୍ବର ବ୍ଳକ ଅର୍ନ୍ତଗତ ସମସ୍ତ ପଂଚାୟତ ସ୍ତରର କର୍ମି ମାନଙ୍କୁ ନେଇ ଏକ କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡି ବ୍ଳକ ସଭାପତୀ ପରମାନନ୍ଦ ସାହାଙ୍କ ସଭାପତୀତ୍ୱରେ ଅନୁଷ୍ଠିତ  ସଭାରେ ସ୍ଥାନୀୟ ବିଧାୟକ ବିଜୟ ରଂଜନ ସିଂ ବରିହା ମୁଖ୍ୟ ଅତିଥି, ଯୁବ ବିଜେଡି ନେତା ପ୍ରଶାନ୍ତ ମହାନ୍ତି, ଶିକ୍ଷାବିତ ଗୋବିନ୍ଦ ପାଣିଗ୍ରାହୀ, ବିଷ୍ଣୁପ୍ରସାଦ ବାଜପେୟୀ ପ୍ରମୁଖ ସମ୍ମନୀତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟଅତିଥି ବିଧାୟକ ଶ୍ରୀ ବରିହା ଉପସ୍ଥିତ କର୍ମି ମାନଙ୍କୁ ଚଳିତ ବିଧାନ ସଭାରେ ବିଜୁ ଜନତା ଦଳକୁ ଆର୍ଶିବାଦ କରିଥିବାରୁ କୃତଜ୍ଞତା ଜଣାଇଥିଲେ । ପଦ୍ମପୁର ବ୍ଳକରେ ରାଜ୍ୟ ସରକାର ପ୍ରଣୟନ କରୁଥିବା ସମସ୍ତ ଯୋଜନାରେ କିପରି ଭାବେ ଉଚିତ ହିତଧିକାରୀ ସାମିଲ ହୋଇପାରିବେ ସେଥିପ୍ରତି ସହଯୋଗ କରିବା ପାଇଁ ପରାର୍ମଶ ଦେଇଥିଲେ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ସେପ୍ଟେମ୍ବର ୮ ତାରିଖ ଦିନ ନୂଆଁଖାଇ ଭେଟ ଘାଟକୁ ଶାନ୍ତି ଶୃଙ୍ଖଳାରେ ସମାପନା କରିବା ପାଇଁ ପରାମର୍ଶ ଦେଇଥିଲେ । ସଭାରେ ସମସ୍ତ ପଂଚାୟତ ସଭାପତୀ ସମେତ ବୁଥ କମିଟି ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ଯୁବ ନେତା ପ୍ରଶାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.