ଘାଟିରାସ୍ତା ସଫା କରିବା ସହ ସମ୍ପ୍ରସାରଣ ଦାବି କଲେ ସୁଗାମହା ଗ୍ରାମବାସୀ

0

 ଘୁ. ଉଦୟଗିରି / ଗଗନ ପ୍ରଧାନ : ବ୍ଲକ ଠାରୁ ମାତ୍ର 10 କିଲୋମିଟର ଭିତରେ ହେବ ସୁଗାମହା ଗ୍ରାମ |  କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ଗ୍ରାମ ପଞ୍ଚାୟତ ଅଧୀନସ୍ଥ 1ନ ୱାର୍ଡ ହେଉଛି ସୁଗମାହା ଗ୍ରାମ. | ଏହି ଗ୍ରାମର ଜନସାଧାରଣ ମୁଖ୍ୟ ରାସ୍ତା ସହ ସଂଜଗ ପାଇଁ ଏକ ପକ୍କା ରାସ୍ତା ଯୋଗାଇ ଦେବା ସହ ଗ୍ରାମ ମୁଣ୍ଡରେ ଥିବା ଘାଟି ସମ୍ପ୍ରସାରଣ  ପାଇଁ ପ୍ରଶାସନ ପାଖରେ ଦାବି ଜଣାଇଛନ୍ତି | ଭଲ ରାସ୍ତା ନ ଥିବାରୁ ଛାତ୍ର ଛାତ୍ରୀ ସ୍କୁଲ କଲେଜ, ଗ୍ରାମବାସୀ ପଞ୍ଚାୟତ ଏବଂ ବ୍ଲକ କାର୍ଯ୍ୟାଳୟ କୁ ଆସିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି |  ରାସ୍ତା ସମସ୍ୟା ଥିବାରୁ ରୋଗୀ ଏବଂ ଗର୍ଭବତୀ ମହିଳାଙ୍କୁ ମେଡିକାଲ ଆଣିବା ପାଇଁ ସମସ୍ୟା ହେବା ସହ ଆମ୍ବୁଲାନ୍ସ ସୁଗାମହାକୁ ଯାଇ ପାରୁନଥିବା ୱାର୍ଡ ମେମ୍ବର ଅଭିଯୋଗ କରି ଛନ୍ତି|  ବହୁତ ବର୍ଷ ପୂର୍ବେ ସରକାର ଏକ ମାଟି ରାସ୍ତା ଗ୍ରାମବାସୀଙ୍କୁ ଯୋଗାଇଥିଲେ | ହେଲେ. ଏହି ଲଗାଣ ବର୍ଷାରେ ରାସ୍ତା ଖରାପ ହେବା ସହ ଘାଟିରେ ମାଟି ଅତଡା ଖସି ବଡ଼ ବଡ଼ ପଥର ପଡିଛି |

http://www.youtube.com/watch?v=wviZRGfmKHM 

ଘଟଣା ସମ୍ପର୍କରେ ଗ୍ରାମ ବାସୀ ସ୍ଥାନୀୟ ସରପଞ୍ଚଙ୍କ ପାଖରେ ଅଭିଯୋଗ କରି ଥିଲେ ମଧ୍ୟ କୌଣସି ସୁଫଳ ମିଳିନ ଥିଲା | ଯାହା ପାଇଁ ଶୁକ୍ରବାର ଦିନ ସୁଗାମହା ଗ୍ରାମ ସବିତା ପ୍ରଧାନ, ଯମୁନା ପ୍ରଧାନ, ନିତୁମା ପ୍ରଧାନ, ଝୁଲିମା ପ୍ରଧାନ, ନିରିମା ପ୍ରଧାନ, ରିନିମା ପ୍ରଧାନ, ସୁଲ ଚନା ପ୍ରଧାନ ରୁନୁମା ପ୍ରଧାନ ଏବଂ ସୁଗାମହା ପ୍ରାଇମେରି ସ୍କୁଲର ଶିକ୍ଷୟତ୍ରୀ ସସ୍ମିତା ଦେଇ ପ୍ରଧାନ ଘୁ. ଉଦୟଗିରି ବ୍ଲକର ଦ୍ୱାରସ୍ଥ ହୋଇ ଗୋଷ୍ଠୀ ଉନୟନ ଅଧିକାରୀଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି.|

Leave A Reply

Your email address will not be published.