ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 2 ଆହତ 

0

ବରଗଡ / ପାଇକମାଲ :- ଆଜି ପାଇକମାଲ ଝାରବନ୍ଧ ମୁଖ୍ୟ ରାସ୍ତାର ହୀରାପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ 12 ବର୍ଷ ବୟସର ନାବାଳକ ସହିତ ଝାରବନ୍ଧ ଥାନା ଅନ୍ତର୍ଗତ ସରଗୁଲ ଗ୍ରାମର ଲବ ଡନସନା ନାମକ ଜଣେ ଯୁବକ ଗୁରୁତର ଆହତ ହେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଲବ ବାଇକ ରେ ଝାରବନ୍ଧ ପଟକୁ ଯାଉଥିବା ସମୟରେ ଅନ୍ୟ ପଟୁ ଆସୁଥିବା ଏକ ବାଇକ ସାମନା ପୁଟୁ ଧକ୍କା ଦେବାରୁ ଲବ ଓ ତାଙ୍କ ସାଙ୍ଗରେ ବସିଥିବା ଜଣେ ନାବାଳକ ଗୁରୁତର ଆହତ ହେଇଥିଲେ ।ଦୁର୍ଘଟଣା ଘଟାଇ ଥିବା ବାଇକ ଚାଳକ ଘଟଣା ସ୍ଥଳରେ ଗାଡି ଛାଡି ଫେରାର ହେଇ ଯାଇଛି । ଆହତ ଲବ ର ଡାହାଣ ଗୋଡ ର 2 ଗୋଟି ଆଙ୍ଗୁଠି ସଂପୂର୍ଣ୍ଣ ଭାବରେ ଛିଣ୍ଡି ଯାଇଛି । ପ୍ରାଥମିକ ଚିକିତ୍ସା ପରେ ଉଭୟ ଙ୍କୁ ପଦ୍ମପୁର ଡାକ୍ତର ଖାନା କୁ ରେଫର କରାଯାଇଥିବାର ଜଣା ପଡ଼ିଛି ।

Leave A Reply

Your email address will not be published.