ଗ୍ରାହକ ସେବାକେନ୍ଦ୍ରରୁ ଲକ୍ଷାଧିକ ଟଙ୍କା ଠକେଇ

0

ନୂଆପଡା(ଅମିତ ପୁରୋହିତ);ନୂଆପଡା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ କୁରୁମପୁରୀ ଗାଁରେ ଥିବା ଏକ SBI ଗ୍ରାହକ ସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କା ଠକେଇ ।  ନୂଆପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସ୍ମିତ ପି ପରମାର ସୂଚନା ଦେବା ମତେ ଲଖନା ଗ୍ରାମର ଦାସରଥୀ ସୁନାନୀ ନାମକ ଜଣେ ବ୍ୟକ୍ତି କୁରୁମପୁରୀ ଗ୍ରାମରେ SBI ଗ୍ରାହକ ସେବାକେନ୍ଦ୍ର ଖୋଲି ଥିଲେ । କୁରୁମପୁରୀ ଗ୍ରାମର SBI ଗ୍ରାହକଙ୍କ ଆକାଉଣ୍ଟ ରୁ ଲକ୍ଷାଧିକ ଟଙ୍କା ହଡଫ କରି ଫେରାର ହୋଇଯାଇଥିବା ଗ୍ରାମବାସୀ ଲଖନା ଥାନାରେ ଅଭିଯୋଗ ଆଣିଥିଲେ। ଏନେଇ ନୂଆପଡା ପୋଲିସ ଅଭିଯୁକ୍ତ କୁ ଗିରଫ କରି ଅଭିଯୁକ୍ତଙ୍କ ଠାରୁ ୧୦ଲକ୍ଷ୪ହଜାର ଟଙ୍କା ସମେତ ଗ୍ରାହକ ମାନଙ୍କର ପାସବୁକ,ଆଧାରକାର୍ଡ, ଭୋଟର କାର୍ଡ ସମେତ କୋମ୍ପୁଟର ପ୍ରିଣ୍ଟର ସ୍ୱିପ ମେସିନ ଇତ୍ୟାଦି ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଏସପି ସୂଚନା ଦେଇଥିଲେ।

Leave A Reply

Your email address will not be published.