ପରୀରଥକୁ ସ୍ୱାଗତ ସମ୍ବର୍ଦ୍ଧନା

0

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର)  : ଝିଅକୁ ପଢାନ୍ତୁ, ଝିଅକୁ ବଂଚାନ୍ତୁ ଏବଂ ବାଲ୍ୟବିବାହକୁ ନା ବାର୍ତ୍ତା ନେଇ  ନୟାଗଡ ଜିଲ୍ଲା ପ୍ରଶାସନ ସହଯୋଗରେ ବାହାରିଥିବା ପରିରଥ ଓଡଗାଁ ବ୍ଲକ ପରିକ୍ରମା କରିଥିଲା । ଓଡଗାଁ ଏନଏସି, ରଙ୍ଗଣୀ ପାଟଣା, ପନ୍ତିଖାରୀ, ରବିଗାଡିଆ ଏହିଭଳି ୧୦ଟି ପଂଚାୟତ କାର୍ଯ୍ୟାଳୟ  ମାନଙ୍କରେ ଏହିରଥ ପହଁଚିବା ବେଳେ ସ୍ଥାନୀୟ ଅଙ୍ଗନ ଓାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ମା ଭଉଣୀମାନେ ଏବଂ ବାଳିକା  ଛାତ୍ରୀମାନେ ରଥକୁ ବନ୍ଦାପନା କରିବା ସହିତ ସ୍ୱାଗତ ସମ୍ବର୍ଦ୍ଧିତ କରିଥିଲେ । ଏହି ଉପଲକ୍ଷେ ପ୬ତ୍ୟେକ ଠାରେ ଉପସ୍ଥିତ ଜନ ସମୁଦାୟଙ୍କୁ ବାଲ୍ୟ ବିବାହ ନକରିବା ପାଇଁ ଏବଂ ବାଳିକା ମାନଙ୍କୁ ପାଠ ପଢାଇ ସୁଯୋଗ୍ୟ  କରିବା ପାଇଁ ସଚେତନ କରାଯାଇଥିଲା ।  

Leave A Reply

Your email address will not be published.