ପଣ ଭାବେ ଦେଇପାରିଲେନି ଗୋରୁ ଗାଈ , ଛେଳି , ମେଣ୍ଢା , ବସ୍ତ୍ର ଓ ହାଣ୍ଡିଆ

0

ଶବଦାହ ଶୁଦ୍ଧିକ୍ରିୟା ପାଇଁ ପରମ୍ପରା ସାଜିଲା ବାଧକ

ବାରିପଦା (ଦିଲ୍ଲୀପ ମହାନ୍ତି )-  ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ବାସକରୁଥିବା ଆଦିବାସୀ ସଂପ୍ରଦାୟଙ୍କ ମଧ୍ୟରେ ଭରିରହିଛି ଅନେକ ପରମ୍ପରା । ଏହି ପରମ୍ପରାରେ ଜଡିତ ରହି ଯାଇଛି କିଛି ଅନ୍ଧବିଶ୍ୱାସ ଓ କୁସଂସ୍କାର । କିନ୍ତୁ ବେଳେବେଳେ ଏହି ପରମ୍ପରା ଆଦିବାସୀ ପାଇଁ  ବୁମେରା०  ଭାବେ ସାବ୍ୟସ୍ତ ହୋଇଥାଏ ।  ଆଜି ଏହି ପରମ୍ପରା ବାଧକ ସାଜିଛି ଏକ ଗରୀବ ସ୍ୱାମୀକୁ ନିଜ ସ୍ତ୍ରୀର ଶବ ଦାହ ଓ ଶୁଦ୍ଧିକ୍ରିୟା ସମ୍ପାଦନା କରିବା କ୍ଷେତ୍ରରେ ।ଏପରି ଏକ ଅଭାବନୀୟ ଓ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧିନ କୁଚେଇ ପଂଚାୟତର ଜସେଫବାଡ଼ି ଗ୍ରାମରେ। ଉକ୍ତ  ଗ୍ରାମରେ ବାସବାସ କରୁଥିବା କାନ୍ଦ୍ରା ସରେନଙ୍କ ସ୍ତ୍ରୀ ପାର୍ବତୀ ସରେନ (୨୮) ନ ଜନଣ୍ଡିସ ଓ ଟିବି ତୋଗାରେ ପୀଡିତ ହୋଇ ଗତ ଅଗଷ୍ଟ ୧୫  ପ୍ରାତଃ ୪ ଟାରେ ଦେହାନ୍ତ ହୋଇଥିଲା । ମାତ୍ର ଆଜକୁ ୧୨ ବର୍ଷ ପୂର୍ବରୁ କାନ୍ଦ୍ରା ସରେନ ନିକଟସ୍ଥ ପୋଲାସବଣି ଗ୍ରାମର ପାର୍ବତୀ ସରେନଙ୍କୁ ପ୍ରେମ ବିବାହ କରିଥିଲେ।ତେବେ  ଜାତିପ୍ରଥାର ପରମ୍ପରା ଅନୁସାରେ କାନ୍ଦ୍ରା ସରେନଙ୍କ ପରିବାର ପାର୍ବତୀଙ୍କ ପରିବାରକୁ ପଣ ଦେବା କଥା। କିନ୍ତୁ ସେ ଆଜି ପର୍ଯ୍ୟନ୍ତ ପଣ  ଭାବେ ଗୋରୁ ଗାଈ , ଛେଳି , ମେଣ୍ଢା , ବସ୍ତ୍ର ଓ ହାଣ୍ଡିଆ ଦେବାରେ ସମର୍ଥ ହୋଇପାରିନାହାନ୍ତି । ଫଳରେ ପାର୍ବତୀଙ୍କ ମୃତୁ ପରେ ପାର୍ବତୀଙ୍କ ବାପଘର ଲୋକ ପକ୍ଷରୁ ପଣ ନ ଦେଇଥିବା ଯୋଗୁଁ ଶବଟିକୁ ଦାହ କରିବାପାଇଁ ନ ଦେବା ସହ ଅଟକ ରଖିଥିଲେ , ଯାହା ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ଉଭୟ ପକ୍ଷଙ୍କୁ ଡାକି ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବା ସହ  ଅଡିସନାଲ ଏସପି ଅଭିମନ୍ୟୁ ନାୟକଙ୍କ ଉପସ୍ଥିତିରେ କାନ୍ଦ୍ରା ସରେନଙ୍କ ପରିବାର ପକ୍ଷରୁ ଆଗାମୀ ୩ ମାସ ମଧ୍ୟରେ ପଣ ପ୍ରଦାନ କରିବା ପାଇଁ ପାର୍ବତୀ ସରେନଙ୍କ ପରିବାରକୁ ଲିଖିତ ପ୍ରତିଶୃତି ଦେଇଥିଲେ । ଏହାପରେ କୁଳିଅଣା ଥାନା ପୁଲିସ ପକ୍ଷରୁ  ଶବକୁ ବ୍ୟବଚ୍ଛେଦ ନିମନ୍ତେ ପିଆରଏମ୍ ମେଡିକାଲ କଲେଜକୁ ପଠାଇଛି |

Leave A Reply

Your email address will not be published.