ଗାଇସିଲେଟ ଠାରେ ବ୍ଲକ ସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ପାଳିତ

0

ଗାଇସିଲେଟ/କେଦାର ନାଥ ସାହୁ :ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ଠାରେ ବ୍ଲକସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି ।  ଗାଇସିଲେଟ ଷ୍ଟାଡିୟମ ଠାରେ ୟୁଥ କ୍ଲବର ଉପସଭାପତି ରଞ୍ଜନ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ପାଣ୍ଡେ  ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଟର ଅଭିବାଦନ ଗ୍ରହଣ କରିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଆଦିତ୍ୟ ପଣ୍ଡା,ତହସିଲଦାର  ପୁସ୍ପକ କୁମାର ପ୍ରଧାନ, ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଠାକୁର ଦାସ ମୁର୍ମୁ ,ବ୍ଲକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁ ଯୋଗଦାନ କରି  ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବର୍ଗର କୃତୀ ପ୍ରତିଭାଙ୍କୁ ସମ୍ମାନୀତ କରିଥିଲେ। ରାଜ୍ୟ ସ୍ତରରେ ନୃତ୍ୟ କଳା ପାଇଁ ସମ୍ମାନୀତ ହୋଇଥିବା ବୁରୋମୁଣ୍ଡା ଗ୍ରାମର ରବିରତନ ସାହୁ ସମେତ ଅନେକ ଗୁଡିଏ ଯୁବ ପ୍ରତିଭା ମାନଙ୍କୁ ମାନପତ୍ର,ଉପଢକନ ଏବଂ ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା।   ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରୁ ମୋଟ ବାର ଗୋଟି ଦଳ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ।ଶେଷରେ ସଭାର  ସଂଯୋଜକ  ଶ୍ରୀଯୁକ୍ତ ରଂଜନ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।ଏତଦ୍ ବ୍ୟତୀତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଠିକ ସେହିପରି ପେହେଚାନ,ସରକାରୀ ବିଦ୍ୟାଳୟ,ପଞ୍ଚାୟତ ସମିତି ମହାବିଦ୍ୟାଳୟ,  ଓଡିଶା ଆଦର୍ଶ ବିଦ୍ୟାଳୟ ,ଶିଶୁ ମନ୍ଦିର ତଥା ବିଭିନ୍ନ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ଗୁଡିକେରେ ପତାକା ଉତ୍ତୋଳନ କରାଯାଇଥିଲା।

Leave A Reply

Your email address will not be published.