ନାବାଳିକା ନିର୍ଯାତନା ବିରୋଧରେ ସଚେତନତା କାର୍ଯ୍ୟକ୍ରମ

0 1

ଧର୍ମଗଡ଼ ରୁ ସୁଶାନ୍ତ ରାଉତ -ସାରା ରାଜ୍ୟରେ ନାବାଳିକା ପ୍ରତି ଯୌନ ନିର୍ଯ୍ୟାତନା ବଢ଼ି ଚାଲିଛି l ଏହାକୁ ସଚେତନତା ମାଧ୍ୟମରେ ରୋକିବା ପାଇଁ କଳାହାଣ୍ଡି ଜିଲ୍ଲା ପୋଲିସ , କୋକସରା ଥାନା ଓ ଆମପାଣି ଥାନା ତରଫରୁ କୋକସରା ଓ ଆମପାଣି ଠାରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ଆଜି ପୂର୍ବାହ୍ନ ରେ କୋକସରା ବଡ଼ ପଡା ଠାରୁ ହାଇସ୍କୁଲ ଓ ଆମପାଣି ନିୟନ୍ତ୍ରିତ ବଜାର ଠାରୁ ସାପ୍ତାହିକ ବଜାର ପର୍ଯ୍ୟନ୍ତ ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ପ୍ଲାକାର୍ଡ଼ ,ବେନର ,ନାରା ,ଦେଇ ରେଲି ମାଧ୍ୟମରେ ସଚେତନ ବାର୍ତା ଦେଇଥିଲେ l ଏହି ଅବସରରେ କୋକସରା ଜବାହର ହାଇସ୍କୁଲ ଓ ଆମପାଣି ନିୟନ୍ତ୍ରିତ ବଜାର ପ୍ରାଙ୍ଗଣ ଉଭୟ ସ୍ଥାନରେ  ସଭା ଅନୁଷ୍ଠିତ ହୋଇଥିଲା l

କୋକସରା ଥାନାଧିକାରୀ ଶ୍ରୀ ସତ୍ୟନାରାୟଣ ପ୍ରଧାନ କୋକସରା ଠାରେ ଓ ଆମ ପାଣି ଥାନାଧିକାରୀ ପୁଷ୍ପାଞ୍ଜଳି  ନେଗୀ ଆମ ପାଣି ଠାରେ ହେଇ ଥିବା ସଭା ରେ ସଭାପତିତ୍ୱ କରିଥିଲେ lକୋକସରା ଥାନାଧିକାରୀ ଶ୍ରୀ ସତ୍ୟନାରାୟଣ ପ୍ରଧାନ ସମାଜରେ ନାବାଳିକା ଦୁଷ୍କର୍ମ ଏବଂ ନିର୍ଯ୍ୟାତନା ରୋକିବା ପାଇଁ ସକାରାତ୍ମକ ମନୋଭାବ ନେଇ ସାମାଜିକ ପରିଚାଳନା ନିଭେଇବା ସହିତ ଏକ ସୁସ୍ଥ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ l

ଏହି ଅବସରରେ କୋକସରା ଜବାହର ଉଚ୍ଚବିଦ୍ୟପୀଠ  ଠାରେ ହେଇଥବା ସଭାରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ,ସମିତିସଭ୍ୟ ତ୍ରିଭୁବନ ନାଏକ ,ଖଗେଶ୍ୱର ମାଝୀ,ଅମିତ ମହାନ୍ତି,ସୀମାରାଣୀ ସିଂ,ଅଶ୍ୱିନୀ ପଟ୍ଟନାୟକ,ଏ ଏସ ଆଇ ଧାନା ମିଞ୍ଜ,ବୁଲୁ ସେଠି ,ଜନ୍ମେଜୟ ବାଗ ସେହିପରି ଆମପାଣି ଠାରେ ଆମପାଣି ସରପଞ୍ଚ ଟିକିଚନ୍ଦ୍ର ଧଙ୍ଗଡାମାଝୀ , ଜିଲ୍ଲାପରିଷଦ ସଭ୍ୟା ହେମାଙ୍ଗିନି ହଂସ,ଜିତୁ ପଣ୍ଡା କୁମୁଦ ଚନ୍ଦ୍ର ପୂଝରୀ,କସ୍ତୁରୀ ପୂଝରୀ,ବୁଢ଼ାରଜାନୋଡାଲ ଉଚ୍ଚବିଦ୍ୟାପୀଠ ର  ବରିଷ୍ଠ ଶିକ୍ଷକ ଚିତ୍ତରଞ୍ଜନ ଠାକୁର,ଏ ଏସ ଆଇ ଝଯନେସ୍ୱର ନାଏକ ଗୋତୋମୁଣ୍ଡା ଫାଣ୍ଡି ଅଧିକାରୀ ପୀତବାସ ପୁରୋହିତ,ବନମାଳୀ ବାଗ ପ୍ରମୁଖ ଯୋଗ ଦେଇ ସଚେତନ ବାର୍ତା ପ୍ରଦାନ କରିଥିଲେ ।

Leave A Reply

Your email address will not be published.