ଭାଲୁ ଆକ୍ରମଣ ରେ ବୃଦ୍ଧଙ୍କ ଅବସ୍ଥା ସଙ୍କଟାପନ୍ନ

0 1

ଜୁନାଗଡ/ଆଦିତ୍ୟ ମହାନ୍ତି  :ଭାଲୁ ଆକ୍ରମଣ ରେ ବୃଦ୍ଧ ଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି l କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚୟତ ଆଇଲି ଗ୍ରାମର ଜଣେ ବୃଦ୍ଧ ପରଖିତ ରାଉତ ଆଜି ପାହାନ୍ତିଆ ରୁ ଶୌଚ ପାଇଁ ନିକଟ ନଦୀ କୁ ଯାଉଥିବା ସମୟରେ ପାଖ ଜଙ୍ଗଲରୁ ଦୁଇଟି ଭାଲୁ ଆକ୍ରମଣ କରି ତାଙ୍କ ମୁହଁରେ ଗଭୀର କ୍ଷତ କରି ଲହୁଲୁହଣ କରିଥିବା ବେଳେ ବୃଦ୍ଧ ଙ୍କ ଚିତ୍କାର ଶୁଣି ଗ୍ରାମବାସୀ ମାନେ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭବାନୀପାଟଣା ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି।ତେବେ ବିଗତ କିଛିଦିନ ହେବ କୋକସରା ବ୍ଲକ ର ବିଭିନ୍ନ ସ୍ଥାନରେ ଭାଲୁ ଆକ୍ରମଣ ରେ ଅନେକ ଆହତ  ହୋଇଥିବା ବେଳେ ଜଙ୍ଗଲ ବିଭାଗ ନିଦାବିଷ୍ଣୁ ସାଜିଛି, ଲୋକଙ୍କ ସୁରକ୍ଷା ପାଇଁ କୌଣସି ପ୍ରତିକାର ବ୍ୟବସ୍ଥା କରୁନଥିବାରୁ ଲୋକ ମାନଙ୍କ ମନରେ ଅସନ୍ତୋଷ ଦେଖାହୋଦେଇଛି।

Leave A Reply

Your email address will not be published.