ଲୋକଙ୍କ ସୁବିଧା ପାଇଁ ମୋଦି ସରକାର ଉର୍ଜା କ୍ଷେତ୍ରର ସଂସ୍କାରରେ ବ୍ୟାପକ ସୁଧାର ଆଣିଛନ୍ତି -ଧର୍ମେନ୍ଦ୍ର ପ୍ରଧାନ

0

ମିଳିତ ସିଭିଲ-ମିଲିଟାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
 ସାମାଜିକ ପରିବର୍ତନ ପାଇଁ ଉର୍ଜାକୁ ଏକ ଉପକରଣ ଭାବେ ବ୍ୟବହାର କରାଯାଇପାରିବ
 ସୁରକ୍ଷିତ, ଶସ୍ତା ଏବଂ ସୁଲଭ ଉର୍ଜା କରିବାରେ ଭାରତୀୟ ମଡେଲ ଅନେକ ବିକାଶଶୀଳ ଦେଶ ଦ୍ୱାରା ଅନୁକରଣ କରାଯାଇପାରିବ

ନୂଆଦିଲ୍ଲୀ/ଭୁବନେଶ୍ୱର,(ଶାସକ ପ୍ରଶାସକ)  ଭାରତର ସାଧାରଣ ନାଗିରକଙ୍କ ଇଜ୍ ଅଫ୍ ଲିଭିଙ୍ଗକୁ ସୁବିଧା କରିବା ପାଇଁ ମୋଦି ସରକାର ଉର୍ଜା କ୍ଷେତ୍ରରେ ଥିବା ସଂସ୍କାରରେ ବ୍ୟାପକ ସୁଧାର ଆଣିଛନ୍ତି ବୋଲି ଗୁରୁବାର ମସୁରୀର ଲାଲ୍ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନ ଏକାଡେମୀ ଠାରେ ଆୟୋଜିତ ମିଳିତ ସିଭିଲ-ମିଲିଟାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ବିଶ୍ୱ ଉର୍ଜା ଭୂଦୃଶ୍ୟରେ ଭାରତକୁ ଏକ ପ୍ରେରକ ଶକ୍ତି ବନାଇବା ପାଇଁ ପ୍ରସ୍ତୁତ ରୋଡମ୍ୟାପ୍ ଉପରେ ଆଲୋକପାତ କରିଥିଲେ । ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣରେ ଥିବା ଉର୍ଜା ନ୍ୟାୟ ଚାରୋଟି ସ୍ତମ୍ଭରେ ତିଆରି ଏବଂ ସେ ଗୁଡିକ ହେଲା ଉର୍ଜାର ପହଁଚ, ଉର୍ଜା ଦକ୍ଷତା, ଉର୍ଜାର ସ୍ଥିରତା ଏବଂ ଉର୍ଜାର ସୁରକ୍ଷା ।
ଶ୍ରୀ ପ୍ରଧାନ କହିଥିଲେ ଯେ ଆମର ନୀତିର ଯେଉଁ ଦିଗ ଅଛି, ସାମାଜିକ ପରିବର୍ତନ ପାଇଁ ଉର୍ଜାକୁ ଏକ ଉପକରଣ ଭାବରେ ବ୍ୟବହାର କରାଯାଇପାରିବ । ସେହିପରି ପ୍ରଧାନମବୀ ଉଜ୍ଜଳା ଯୋଜନା ବିଭିନ୍ନ ବହୁ ପକ୍ଷ ଏଜେନ୍ସି ଦ୍ୱାରା ସଫଳତା ହାସଲ କରିଛି । ବିଶେଷ ଭାବରେ ସୁରକ୍ଷିତ, ଶସ୍ତା ଏବଂ ସୁଲଭ ଉର୍ଜା କରିବାରେ ଭାରତୀୟ ମଡେଲ ଅନେକ ବିକାଶଶୀଳ ଦେଶ ଦ୍ୱାରା ଅନୁକରଣ କରାଯାଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.