ସୋସିଆଲ୍ ମିଡିଆରେ ବିଜେପି ଦ୍ୱାରା ପ୍ରସାରିତ ଭିଡିଓ କ୍ଲିପ୍ ଆଚରଣ ବିଧି ଉଲ୍ଲଂଘନ କରୁଛି On Feb 8, 2018 20 Share ନିର୍ବାଚନ କମିଶନ ଏବଂ ଡିଜିପିଙ୍କୁ ଭେଟି ଦାବି ଜଣାଇଲା ବିଜେଡି ଭୁବନେଶ୍ୱର,: ଫେସ୍ବୁକ୍ରେ ବିଜେପି ପକ୍ଷରୁ ଛଡ଼ାଯାଇଥିବା ଭିଡିଓ କ୍ଲିପ୍ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବାରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଅନୁରୋଧ କରିଛି । ରାଜ୍ୟ ବିଜେଡି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଜି ଏହି ଆପତ୍ତି କରି ଦର୍ଶାଇଛନ୍ତି ଯେ ସଦାଶିବ ଜେନା ନାମକ ଜଣେ ବିଜେପିର କର୍ମୀ ତାଙ୍କ ଫେସ୍ବୁକ୍ରେ ଯେଉଁ ଭିଡିଓ କ୍ଲିପ୍କୁ ବ୍ୟବହାର କରିଛନ୍ତି, ତାହା ନିର୍ବାଚନ ଆଚରଣ ବିଧିର ପାରା-୨କୁ ଉଲ୍ଲଂଘନ କରୁଛି । ନିର୍ବାଚନ ଆଇନ୍ ଓ ସାଇବର ଆଇନ୍କୁ ଭ୍ରୁକ୍ଷେପ ନକରି ଏହି ଭିଡିଓ କ୍ଲିପ୍ ବିଜେଡି ଭାବମୂର୍ତ୍ତିକୁ ମଳିନ କରିବା ଲାଗି ଜାଣିଶୁଣି ନିର୍ବାଚନ ଅଧିକାରୀଙ୍କ ବିନା ଅନୁମତିରେ ଫେସ୍ବୁକ୍ରେ ଛଡ଼ାଯାଇଛି । ଏହାସହ ଶ୍ରୀ ଜେନା ସେହି ଭିଡିଓକୁ ବିଜେପିର ନେତାନେତ୍ରୀମାନଙ୍କୁ ସେୟାର କରିଛନ୍ତି । ନିୟମାନୁସାରେ ପ୍ରଚାର ପାଇଁ ଉଦ୍ଧିଷ୍ଟ ସବୁକିଛି କାଗଜପତ୍ର, ଭିଡିଓ କ୍ଲିପ୍ ଓ ଅନ୍ୟାନ୍ୟ ଦ୍ରବ୍ୟଗୁଡିକୁ ପ୍ରଥମେ ନିର୍ବାଚନ ଅଧିକାରୀ ଅନୁମୋଦନ କରିବା ଦରକାର । ଏ କ୍ଷେତ୍ରରେ ତା’ହୋଇନଥିବାରୁ ଏହା ସିଧାସଳଖ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି । ତେଣୁ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଦାସ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ଯାଇଥିବା ପ୍ରତିନିଧି ଦଳରେ ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, ଡେପୁଟି ମେୟର କେ. ଶାନ୍ତି, କର୍ପୋରେଟର୍ ମମତା ଦାସ, ଭାନୁପ୍ରିୟା ସାହୁ, ମାନସୀ ସୁନ୍ଦରାୟ ପ୍ରମୁଖ ସାମିଲ ହୋଇଥିଲେ । ପରେ ପରେ ଏହି ପ୍ରତିନିଧି ଦଳ ଭୁବନେଶ୍ୱର କ୍ୟାମ୍ପ ଅଫିସ୍ରେ ପୋଲିସ ମହାନିଦେ୍ର୍ଧଶକଙ୍କୁ ଭେଟି ସାଇବର ଆଇନ୍ ଉଲ୍ଲଂଘନକାରୀ ସଦାଶିବ ଜେନାଙ୍କ ବିରୋଧରେ କାର୍ଯାନୁଷ୍ଠାନ କରିବା ପାଇଁ ସ୍ମାରକପତ୍ରରେ ଦାବି କରିଥିଲେ । 20 Share FacebookTwitterGoogle+ReddItWhatsAppPinterestEmail