ବାହାହେବାକୁ କଥା ଦେଇ ୬ ମାସ ହେଲା ଏକାଠି ରହିଲେ , ବାହା ହେବା କଥା ଶୁଣି ଲାଙ୍ଗୁଡ଼ ଜାକିଲେ !!

0 1

 ନ୍ୟାୟ ପାଇଁ ହାଇଦ୍ରାବାଦଠୁ ବଲାଙ୍ଗିରରେ ପହଞ୍ଚିଲେ ପ୍ରତାରିତା ଯୁବତୀ।

ବଲାଙ୍ଗୀର/ (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ): ବଲାଙ୍ଗୀର ସହରର ଗାନ୍ଧୀ ଛକ ଠାରେ ନ୍ୟାୟ ପାଇଁ ଲୋକ ଙ୍କ ପାଖରେ ନେହୁରା ହେଉଥିବା ଏକ ଯୁବତୀ କୁ ଦେଖିବାକୁ ମିଲିଥିଲା। ତାଙ୍କୁ ପଚାରିବାରୁ ଜଣା ପଡିଲା ହାଇଦ୍ରାବାଦ ର ଅରବିନ୍ଦ ଫାରର୍ମା ଲିମିଟେଡରେ ବଲାଙ୍ଗୀର ବ୍ଲକ ବଞ୍ଜାରୀ ଗ୍ରାମର ଶ୍ରୀକାନ୍ତ ପଟେଲ ସହିତ ଏକାଠି ଚାକିରି କରୁଥିଲେ। ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ୬ ମାସ ଏକାଠି ଗୋଟିଏ ଘରେ ରହି ଆସୁଥିଲେ ବିବାହ ପାଇଁ ଯୁବତୀ କହିବାରୁ ପ୍ରଥମେ ଶ୍ରୀକାନ୍ତ ରାଜି ହୋଇନଥିଲେ | ପ୍ରେମିକ ପରେ ରାଜି ହେବାର ବାହାନା କରି ବଲାଙ୍ଗିର ସାଥିରେ ଯିବା ପାଇଁ କହିଥିଲେ। ଟ୍ରେନ ଲେଟ ହେବାରୁ ଯୁବତୀ ଜଣଙ୍କୁ କିଛିସମୟ ଶୋଇବା ପାଇଁ କହି ପ୍ରେମିକ ଯୁବତୀଙ୍କ ମୋବାଇଲ ନେଇ ଫେରାର ମାରିଥିଲେ। ଶୋଇ କି ଉଠିଲା ପରେ ପ୍ରେମିକକୁ ନପାଇ ବଲାଙ୍ଗିର ଚାଲିଆସିଥିଲେ ଯୁବତୀ ଥାନାର ଦ୍ବାରସ୍ଥ ହୋଇଥିଲେ |
୨ ଦିନ ହେଲା ମଧ୍ୟ ପୋଲିସ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁଥିବା  ଅଭିଯୋଗ କରିଛନ୍ତି। ଏ ନେଇ ସ୍ଥାନୀୟ ଲୋକେ ପିସିଆର କୁ ଜଣାଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କୁ ସେଲଟର ସେଣ୍ଟର କୁ ପଠାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.