ବୋଲବମ ପୋଷାକରେ ଜିଲ୍ଲାପାଳଙ୍କ ପାଖରେ କଲେ ଅଭିଯୋଗ

0 1

ଗାଇସିଲେଟ / କେଦାର ନାଥ ସାହୁ : ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ଠାରେ ବ୍ଲକ ପରିସର ମଧ୍ୟରେ ଥିବା ରାଜୀବ ଗାନ୍ଧୀ ଭବନଠାରେ ଜିଲ୍ଲା ପାଳଙ୍କ ଜନଶୁଣାଣି ଅଭିଯୋଗ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀ ସମେତ  ପଦ୍ମପୁର ଉପଜିଲ୍ଲାପାଳ  ତନ୍ମୟ କୁମାର ଦରଓ୍ବାନ,ତହସିଲଦାର ପୁଷ୍ପକ କୁମାର ପ୍ରଧାନ ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ,ବ୍ଲକ ଉନ୍ନୟନ ଅଧିକାରୀ ଆଦିତ୍ଯ ପଣ୍ଡା ,ବ୍ଲକ ଶିକ୍ଷା ଅଧିକାରୀ ରାମଲାଲ ବରିହା ଏବଂ ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗକୁ ତଦାରଖ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ମୋଟ ୮୫ଟି ଅଭିଯୋଗର ପଞ୍ଚିକରଣ କରାଯାଇଥିବା ବେଳେ ୨୮ଗୋଟି ସାମୁହିକ  ଏବଂ ୫୭ଗୋଟି ଲୋକଙ୍କ ବ୍ୟକ୍ତିଗତ ଅଭିଯୋଗକୁ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀ  ଶୁଣାଣି କରିଥିଲେ।ଜନସାଧାରଣ ରାସ୍ତାଘାଟ,ବିଦ୍ୟୁତ ସମସ୍ୟା, ଇନ୍ଦିରାଆବାସ,ରାସନକାର୍ଡ ଆଦି ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଥିଲେ।କିଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମଧ୍ୟ ଆଜି ବ୍ଲକ ପରିସର ମଧ୍ୟରେ ଦେଖିବାକୁ ମିଳିଥିଲା।ଗାଇସିଲେଟର ଚିକିତ୍ସାଳୟରେ ଥିବା ଅସୁବିଧାକୁ ଲୋକେ ଜିଲ୍ଲାପାଳଙ୍କ ସମ୍ବୁଖରେ ଉପସ୍ଥାପନ କରିଥିଲେ । ଗାଇସିଲେଟ ପଞ୍ଚାୟତର ସାନସାହାଜ ବାହାଲ ଗ୍ରାମର ଲୋକମାନେ ପ୍ରାୟ ଚାରିମାସ ହେଲା ପିଡିଏସ ଚାଉଳ ପାଉନଥିବାର ଅଭିଯୋଗ ଆଣିଥିଲେ।ବ୍ଲକ ପରିସରରେ ଏକ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଥିଲା।କଠଉମାଲ ପଞ୍ଚାୟତର ଟୁର୍ଚା ଗ୍ରାମର କିଛି  ବୋଲବମ ଭକ୍ତ ଗୋରୁଆ ବସ୍ତ୍ର ଧାରଣକାରୀ ଚାଲି ଆସିଥିଲେ ଜିଲ୍ଲାପାଳଙ୍କ ସମ୍ବୁଖକୁ।ତାଙ୍କର ଅଭିଯୋଗ ଥିଲାଯେ ଟୁର୍ଚା ଗ୍ରାମରେ ତିଆରି ହୋଇଥିବା ନୂତନ ଶିବମନ୍ଦିରର ବିଲ ଦୀର୍ଘ ଦିନ ହେଲା ହୋଇନାହିଁ ଏବଂ ବିଲ ପାଇଁ ସମ୍ପୃକ୍ତ ଯନ୍ତ୍ରୀ  ପଇସା ଲାଞ୍ଚ ନେଇଥିବାର ଅଭିଯୋଗ ଆଣିଥିଲେ।ଏ ସମ୍ପର୍କରେ ଯନ୍ତ୍ରୀ ବିଶ୍ବକୁମାର ପଟେଲ ପଟେଲଙ୍କୁ ପଚରା ଯିବାରୁ ଫାଇଲ ହଜିଯାଇଥିବାରୁ ବିଲ ହୋଇ ପାରୁନି ଏବଂ ସେ ଟଙ୍କା ଲାଞ୍ଚ ନେଇନାହାନ୍ତି ବରଂ ମନ୍ଦିର ନିର୍ମାଣ ପାଇଁ ସେ ନିଜ ପକେଟରୁ ଦେଇଥିବା ଉଧାରିଟଙ୍କା ଗ୍ରାମବାସୀ ଫେରସ୍ତ କରିଛନ୍ତି ବୋଲି ସଫେଇ ଦେଇଛନ୍ତି।ଆଜିର ଏହି କାର୍ଯ୍ୟକ୍ରମରେ ଶାନ୍ତି ଶୃଙ୍ଖଳା ବଜେଇ କରିବାପାଇଁ ଗାଇସିଲେଟ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଠାକୁରଦାସ ମୁର୍ମୁ ପ୍ରମୁଖ ଭୂମିକା ତୁଲାଇଥିଲେ  |

Leave A Reply

Your email address will not be published.