ରାଉରକେଲା/ ହୋରଚାନ୍ଦ ଦେଉରିଆ- ଆଜି ଭାରତ ସରକାର କାଶ୍ମୀରରୁ ୩୭୦ ଧାରାକୁ ଉଚ୍ଛେଦ କରିଥିବା ବେଳେ ଏହାକୁ ହିନ୍ଦୁ ମାନଙ୍କ ବଡ ବିଜୟ ବୋଲି କହିଛନ୍ତି ବିଶ୍ବହିନ୍ଦୁ ପରିଷଦର ପଶ୍ଚିମ ଓଡିଶା ଧର୍ମପ୍ରସାର ସଂପାଦକ ଶାନ୍ତନୁ କୁସୁମ। ଏହି ପରିପ୍ରେକ୍ଷୀରେ ଶ୍ରୀ କୁସୁମ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ ଧାରା-୩୭୦ ଯୋଗୁଁ କାଶ୍ମୀର ପଣ୍ଡିତ ମାନେ ନିଜ ଭିଟାମାଟିରେ ନିରାଶ୍ରୟ ହୋଇ ଯାଇଥିବା ବେଳେ କାଶ୍ମୀର ହିନ୍ଦୁଶୁନ୍ଯ ହୋଇଯାଇଛି। ଧାରା-୩୭୦ଯୋଗୁଁ ଲକ୍ଷ ଲକ୍ଷ କାଶ୍ମୀର ପଣ୍ଡିତଙ୍କ ଘରଦ୍ବାର,ଧନ ସଂପତ୍ତି ଉଜୁଡି ଯାଇଥିବା ବେଳେ କାଶ୍ମୀର ଉପତ୍ୟକାରେ ହିନ୍ଦୁ ରକ୍ତରେ ହୋଳି ଖେଳ ହୋଇଛି। ବିଗତ ୨୦ ବର୍ଷ ଭିତରେ ଖାଲି କାଶ୍ମୀରରେ ୨୩୫୬ ଜଣ ହିନ୍ଦୁ ପଣ୍ଡିତଙ୍କ ହତ୍ୟା ହୋଇଥିବା ବେଳେ ୩୦ ହଜାରରୁ ଉର୍ଦ୍ଧ ହିନ୍ଦୁ ପଣ୍ଡିତ ଶରଣାର୍ଥୀ ପାଲଟି ଯାଇଛନ୍ତି। ମୋଟାମୋଟି ଭାବରେ କହିବାକୁ କଲେ ଧାରା-୩୭୦ହିନ୍ଦୁ ଅତ୍ୟାଚାରର ଏକ ଅସ୍ତ୍ର ଭଳି କାମ କରିଥିବା ବେଳେ କାଶ୍ମୀରକୁ ହିନ୍ଦୁଶୁନ୍ଯ କରିଛି। ତାଛଡା ଧାରା-୩୭୦ ଯୋଗୁଁ କାଶ୍ମୀର ଆତଙ୍କବାଦୀଙ୍କ ଭୁ-ସ୍ବର୍ଗରେ ପରିଣତ ହୋଇଥିବା ବେଳେ ଅରାଷ୍ଟ୍ରିୟ ଶକ୍ତି ଓ ରାଷ୍ଟ୍ର ବିରୋଧି ମାନଙ୍କ ଆଖଡା ଶାଳରେ ପରିଣତ ହୋଇଛି। ତେଣୁ କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ହିନ୍ଦୁମାନଙ୍କ ବୃହତ ବିଜୟ ବୋଲି ଶ୍ରୀ କୁସୁମ ପ୍ରକାଶ କରିବା ସହିତ ଏଭଳି ପଦକ୍ଷେପ ପାଇଁ ଭାରତ ସରକାରଙ୍କୁ ଭିଏଚପି ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତତ୍ ସଙ୍ଗେସଙ୍ଗେ ନିରାଶ୍ରୟ ପାଲଟିଥିବା ଲକ୍ଷଲକ୍ଷ ହିନ୍ଦୁ ପଣ୍ଡିତଙ୍କୁ ଅତିଶୀଘ୍ର କାଶ୍ମୀରରେ ଥଇଥାନ କରିବାକୁ ଭାରତ ସରକାରଙ୍କୁ କୁସୁମ ନିବେଦନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.