କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ : ୪ ବର୍ଷରେ ଖର୍ଚ୍ଚ ହେବ ୪୦୦ କୋଟି, ଉପକୃତ ହେବେ ଏକ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ : ମନ୍ତ୍ରୀ ଡ. ସାହୁ

0

ଓଡ଼ିଶା କୃଷି ଉତ୍ପାଦନ କ୍ଲଷ୍ଟର ପକ୍ଷରୁ “ଚାଷର ସମୃଦ୍ଧି ନିମନ୍ତେ ବଜାର ବ୍ୟବସ୍ଥାର ସୁଦୃଢ଼ୀକରଣ’ ଶୀର୍ଷକ କର୍ମଶାଳା
ଜନଜାତିବହୁଳ ୧୨ଟି ଜିଲ୍ଲାର ୪୦ ବ୍ଲକରେ  ପ୍ରତିଷ୍ଠା କରାଯିବ  କ୍ଲଷ୍ଟର

ଭୁବନେଶ୍ୱର: ବିଶ୍ୱରେ ଘଟୁଥିବା ପରିବର୍ତ୍ତନ ଓ ବଜାରର ଆବଶ୍ୟକତା ଉପଲବ୍ଧ କରି କେଉଁ କୃଷି କାର୍ଯ୍ୟ କଲେ ଅଧିକ ଉପଯୁକ୍ତ ହେବ ସେ ବିଷୟରେ କୃଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛିା ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ ଓ ଦୀର୍ଘ ମିଆଦି ଯୋଜନା ମାଧ୍ୟମରେ ବଜାରର ଚାହିଦା ଅନୁଯାୟୀ ଫଳ ଓ ପନିପରିବା ଚାଷ ବିଷୟରେ କୃଷକମାନଙ୍କ ଆଗ୍ରହୀ କରିବାକୁ ପଡ଼ିବ |  କୃଷକମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ଜ୍ଞାନକୌଶଳ ଓ ବଜାର ସୁବିଧା ଯୋଗାଇଦେବା ପାଇଁ “ଭାରତ ରୁରାଲ ଲାଇଭ୍ଲିହୁଡ଼୍ ଫାଉଣ୍ଡେସନ୍’ ଓ “ପ୍ରଦାନ’ ସହଯୋଗରେ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି ଓ ଏହା ଦ୍ୱାରା ୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ ବୋଲି କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତିା

ଆଜି ପୂର୍ବାହ୍ନରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ ପକ୍ଷରୁ “ଚାଷର ସମୃଦ୍ଧି ନିମନ୍ତେ ବଜାର ବ୍ୟବସ୍ଥାର ସୁଦୃଢ଼ୀକରଣ’ ଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଏହି ପ୍ରକଳ୍ପରେ ଢିପ ଜମି ଥିବା ଜନଜାତିବହୁଳ ୧୨ଟି ପଛୁଆ ବ୍ଲକରେ କ୍ଲଷ୍ଟର ପ୍ରତିଷ୍ଠା କରାଯିବ |  ଏହି ଯୋଜନାରେ ୪ ବର୍ଷରେ ମୋଟ ୪୦୧.୬ କୋଟି ଟଙ୍କା ବ୍ୟୟ କରାଯିବା ଏହି ପ୍ରକଳ୍ପରେ ଫଳ ଓ ପନିପରିବା ଚାଷ କରିଥିବା କୃଷକମାନଙ୍କୁ ଆନୁଷଙ୍ଗିକ ବଜାର ସୁବିଧା ଯୋଗାଇ ଦିଆଯିବା ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ଉତ୍ପାଦିତ କୃଷି ଦ୍ରବ୍ୟକୁ ମୂଲ୍ୟଯୁକ୍ତ ଓ ପ୍ରାମାଣୀକରଣ କରାଯିବ ଯଦ୍ଦ୍ୱାରା କୃଷକମାନଙ୍କ ଆୟ ବହୁଗୁଣିତ ହୋଇପାରିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ |
ସୂଚନା ଯୋଗ୍ୟ ଯେ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ, ସ୍ଵେଛାସେବୀ ଅନୁଷ୍ଠାନ, “ଭାରତ ରୁରାଲ୍ ଲଇଭ୍ଲିହୁଡ଼୍ ଫାଉଣ୍ଡେସନ୍’ ଓ “ପ୍ରଦାନ’ ମିଳିତ ଉଦ୍ୟମରେ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପଟି ରାଜ୍ୟରେ କରାଯାଇଛିା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ, ଓର୍ମାସ ଯୁଗ୍ମ ସିଇଓ ସୁଜୟ କର, ଭାରତ ରୁରାଲ ଲାଇଭଲିହୁଡ଼୍ ଫାଉଣ୍ଡେସନର  ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରମଥେସ୍ ଅମ୍ବାସ୍ତା ଓ “ପ୍ରଦାନ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧୀର ସାହାନୀ ପ୍ରମୁଖ କର୍ମଶାଳାରେ ଅଂଶଗ୍ରହଣ କରି କହିଲେ ଯେ, ଏହି ଯୋଜନା ମାଧ୍ୟମରେ ୬୫୦ଟି ଉତ୍ପାଦକ ଗୋଷ୍ଠୀ ଓ ୩୦ଟି ଉତ୍ପାଦକ କମ୍ପାନୀ ଗଠନ କରାଯିବା ଏହି ଉତ୍ପାଦକ ଗୋଷ୍ଠୀଗୁଡ଼ିକ ସମନ୍ୱିତ ଓ ମିଳିତ ଭାବେ ଉଦ୍ୟାନ କୃଷିଭିତ୍ତିକ ଉତ୍ପାଦନ କରିବୋ ସେହିପରି ୭୫୦ ଜଣ ବଜାର ସଂଯୋଜକ କୃଷି ଉଦ୍ୟୋଗୀଙ୍କ ଦକ୍ଷତା ବୃଦ୍ଧି କରାଯିବ | ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି ଯୋଜନା ଅନ୍ତର୍ଗତ ସ୍ଥାୟୀ ଭାବରେ ୪୦ ପ୍ରତିଶତ  ଜମିରେ ବିନା କୀଟନାଶକ ଫସଲ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛିା ଚାଷୀମାନଙ୍କ ଜୀବିକା ବୃଦ୍ଧି ନିମନ୍ତେ କ୍ଲଷ୍ଟରଗୁଡ଼ିକରେ ୪୦ ହଜାର ପରିବାରଙ୍କୁ ଆନୁଷଙ୍ଗିକ କୃଷି ଯଥା ଛେଳି, ମେଣ୍ଢା ଓ କୁକୁଡ଼ା ଆଦି ପାଳନ ପାଇଁ ସହାୟତା ପ୍ରଦାନ କରାଯିବ | ଜୀବିକା ବୃଦ୍ଧି ନିମନ୍ତେ ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ୧୬ ହଜାର ଏକର ଜମିରେ ଜଳସେଚନ, ୮ହଜାର ଏକର ଜମିରେ ଫଳ ଚାଷ, ୭୦ ହଜାର ଚାଷୀଙ୍କୁ କୃଷି ଯନ୍ତ୍ରପାତି ସୁବିଧା ଯୋଗାଇ ଦିଆଯିବ |

Leave A Reply

Your email address will not be published.