ଦୁଇ ବାଇକ ଚୋର ଗିରଫ: ବାଇକ ଜବତ

0

ବଡ଼ବିଲ (ଶାସକ ପ୍ରଶାସକ)

ବଡ଼ବିଲ ପୋଲିସ ଦୁଇ ବାଇକ ଚୋରଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ହୋଣ୍ଡା ସାଇନ ବାଇକକୁ ଜବତ କରିଛି। ଘଟଣାରୁ ପ୍ରକାଶ ଯେ ବଡ଼ବିଲ ମିନାଲ କଲୋନୀ ଅଞ୍ଚଳରେ ରହୁଥିବା ରବି କୁମାର ଗତ ଜୁଲାଇ ୨୮ ତାରିଖ ଦିନ ତାଙ୍କର ଜେ ଏଚ୦୫ବି ୬୩୧୦ ନମ୍ବର ବିଶିଷ୍ଟ ବାଇକ ଚୋରି ହୋଇଥିବା ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ। ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ତଦନ୍ତ କରି ଗାଢ଼ା ହଟିଂ ଅଞ୍ଚଳର ସାବନ ପାତ୍ର ଓରଫ କୁନା ଓ ଝୁପୁଡ଼ି ବସ୍ତିରେ ରହୁଥିବା ମିଥୁନ ଲୋହାରକୁ ଗିରଫ କରିଥିଲେ। ଚୋରି ହୋଇଥିବା ବାଇକକୁ କୁନା ଘରୁ ପୋଲିସ ଜବତ କରିଥିବାର ଜଣାପଡିଛି।

Leave A Reply

Your email address will not be published.