ଏପଟେ ହାତୀ ପଲ ଆତଙ୍କ , ସେପଟେ ଡ଼ରାଉଛି ଗଭୀର ନଦୀ ପାଣି : କେବେ ଘୁଞ୍ଚିବ ବଡ଼ ଓ ସାନ କୁଞ୍ଜରୀ ଗ୍ରାମବାସୀଙ୍କ ଦୁଃଖ କେଜାଣି !!!!

0

ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ର ବଡ଼କୁଞ୍ଜରୀ ଓ ସାନ କୁଞ୍ଜରୀ ଗ୍ରାମ ମଝିରେ ଅଙ୍ଗ ନଦୀ ପ୍ରବାହିତ ହେଉଛି । ଏହି ସ୍ଥାନରେ ନଦୀ ଉପରେ କୋଣସି ପୋଲ ନଥିବାରୁ ଗ୍ରାମବାସୀ ମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି  । ଛୋଟ ଛୋଟ ଛୁଆମାନେ ପାଠ ପଢିବା ପାଇଁ ବାଧ୍ୟ ହେଇ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର କରିବାକୁ ବାଧ୍ୟ ହେଉଛନ୍ତି ।ଯାହାଫଳରେ କି ଛୁଆ ମାନଙ୍କର ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହିଭଳି ବର୍ଷା ଦିନରେ ଅଂଚଳ ବସି ଏକପ୍ରକାର ଜଳବନ୍ଦୀ ହେଇ ଜୀବନ ଯାପନ କରିବାକୁ ବାଧ୍ୟ ହେଉଛନ୍ତି । ଆଉ ଗୋଟେ ରାସ୍ତା ଅଛି । ହେଲେ ସେ ରାସ୍ତାଟି ଜଙ୍ଗଲ ଭିତର ଦେଇ ଯାଇଥିବାରୁ ପ୍ରାୟ ସବୁ ସମୟରେ ସେଠି ହାତୀ ପଲ ରହୁ ଥିବାରୁ ଲୋକେ ସେ ରାସ୍ତାକୁ ପ୍ରାୟ ବ୍ୟବହାର କରନ୍ତି ନାହିଁ । ତେଣୁ ପ୍ରଶାସନ ବଡ଼କୁଞ୍ଜରୀ ଓ ସାନ କୁଞ୍ଜରୀ ଗ୍ରାମ ବାସୀଙ୍କର ଦୁଃଖ ବୁଝି ସମସ୍ୟାର ଉପରେ ଗୁରୁତ୍ୱ ଦେବା ପାଇଁ ଦାବି ହେଉଛି ।

Leave A Reply

Your email address will not be published.