ବିବାଦ ଘେରରେ ଘୁ. ଉଦୟଗିରି ପୁଲିସ : ଦଲାଲଙ୍କୁ ସହଯୋଗ ,ପୀଡିତାଙ୍କୁ ନାଲି ଆଖି !!

0

ଘୁ. ଉଦୟଗିରି / ଗଗନ କୁମାର ପ୍ରଧାନ : ପୁଣି ବିବାଦ ଘେରକୁ ଟାଣି ହୋଇ ଯାଇଛି ଘୁ. ଉଦୟଗିରି ପୁଲିସ।  ବାହାର ରାଜ୍ୟର ଝିଅ ଦଲାଲ ପାଖରୁ ମୋଟା ଅଙ୍କର ଟଙ୍କା ନେଇ ପୀଡିତା ଏବଂ ପୀଡିତାଙ୍କ ପରିବାରକୁ ମିଥ୍ୟା ମାମଲାରେ ଗିରଫ କରିବାର ଭୟ ଦେଖାଉ ଥିବା ରାଜ୍ୟ ମହିଳା କମିସନ, ଓଡିଶା ପାଖରେ ଅଭିଯୋଗ ହୋଇଛି । ଏହା ପୂର୍ବରୁ ଘୁ. ଉଦୟଗିରି ପୁଲିସ ଦାରିଂବାଡ଼ିର ଜଣେ ଅନାଥ ଆଦିବାସୀ ନାବାଳିକାଙ୍କୁ ସମ୍ପର୍କୀୟଙ୍କ ବିନା ଗୋଚରରେ କଲିକତାକୁ ପୋଷ୍ୟ ସନ୍ତାନ ଭାବେ ଚାଲାଣ କରି ଥିବା ମାମଲାରେ ଚାଲାଣ କାରିଙ୍କୁ  ସୁରକ୍ଷା ଦେବାକୁ ଯାଇ ପୀଡିତା ନାବାଳିକାଙ୍କ ପରିବାର ଲକଙ୍କୁ ଧମକ ଦେବା ସହ ଅଭିଯୋଗ ଦାଖଲ ନ କରିବାକୁ ନେଇ ବିବାଦ ଘେରରେ  ଛନ୍ଦି ହୋଇ ଥିଲା, ଯାହାକୁ ନେଇ ବର୍ତ୍ତମାନ ଅଞ୍ଚଳ ବାସୀଙ୍କ ଘୁ ଉଦୟଗିରି ପୁଲିସ ଉପରୁ ଭରସା ତୁଟୁ ଥିବା ଅଭିଯୋଗ ହେଉଛି।

ସୂଚନା ମୁତାବକ ଘୁ ଉଦୟଗିରି ଥାନା ଅନ୍ତର୍ଗତ ମାଳିକାପରି ଗ୍ରାମର ଗୀତିକା ନାୟକ (35) ଜଣେ ସ୍ୱାମୀ ପରିତ୍ୟକତା ନିଜର ପୁଅ ଏବଂ ବାପା, ମାଁ, ଦୁଇ ଭଉଣୀଙ୍କ ସହ ମାଳିକାପରି ଗ୍ରାମର ରୁହନ୍ତି । ପରିବାର ଆର୍ଥିକ ଅନାଟନ ପାଇଁ ପରିବାର ପ୍ରତିପୋଷଣ ପାଇଁ ମୁମ୍ବାଇକୁ ଯାଇ ଏକ କମ୍ପାନୀ ରେ କାମ କରୁ ଥିଲେ । ଏତିକି ବେଳେ ଉତ୍ତର ପ୍ରଦେଶ ଉଡାଉ ଥାନା ଅନ୍ତର୍ଗତ ଚଣ୍ଡୀକାପକସ ଗ୍ରାମର ସଞ୍ଜୟ ଧନୁ ନାମକ ଯୁବକ ଗୀତିକାଙ୍କୁ ଜୋର ଜବରଦସ୍ତ ଧମକ ଚମକ ଦେଇ  ବିବାହ କରି ଥିଲେ । ବିବାହର କିଛି ଦିନ ପରେ ଯୌତୁକ ପାଇଁ ଶାରୀରିକ ଏବଂ ମାନସିକ   ନିର୍ଯାତନା ଦେବା ସହ ଦେହ ବ୍ୟବସାୟ କରିବା ପାଇଁ ବାଧ୍ୟ୍ୟ କରୁ ଥିଲା । ମହିଳା ଜଣକ ରାଜି ନ ହେବା ରୁ 25 ମହଲା ଘର ଉପରୁ ଠେଲି ହତ୍ୟା ଉଦିୟମ ମଧ୍ୟ କରି ଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।ନିର୍ଯାତନା ସହି ନ ପାରିବାରୁ ମହିଳା ଜଣକ ସେ ଠାରୁ କୌଶଳ କ୍ରମେ ଓଡିଶା ଆସି ଥିଲେ । ହେଲେ ସଞ୍ଜୟ ଧନୁ ମାଳିକା ପରି ସ୍ଥିତ ଗୀତିକାଙ୍କ ଘରକୁ ଆସି ପୁଅ ଏବଂ ପରିବାର ଲକଙ୍କୁ ବାରମ୍ବାର ଆସି ହତ୍ୟା ଧମକ ଦେଉ ଥିବା ଅଭିଯୋଗ କରିଛନ୍ତି ।  ଜୁଲାଇ 25 ତାରିଖ ରେ ମହିଳା ଜଣକ ଘରେ ନ ଥିବା ସମୟରେ ପରିବାର ଏବଂ ପୁଅକୁ ବୋମା ଏବଂ ଏସିଡ ପକାଇ ହତ୍ୟା ଧମକ ଦେବା ସହ ଘୁ ଉଦୟଗିରି ଥାନା ପୁଲିସ କୁ ହାତବାରିସୀ କରି ସଞ୍ଜୟ ଧନୁ ଗିରଫଦାର ଭୟ ଦେଖାଉ ଥିବା ମହିଳା ଜଣକ ପ୍ରକାଶ କରିଛନ୍ତି ।  ଅନ୍ୟ ପକ୍ଷରେ ପୁଲିସ ପୀଡିତାଙ୍କୁ ସୁରକ୍ଷା ନ ଦେଇ ତାଡନାକାରି ସପକ୍ଷରେ ଗୀତିକା ଏବଂ ପରିବାର ଲୋକଙ୍କୁ ବାରମ୍ବାର ଗିରଫର ଭୟ ଦେଖାଉ ଥିବା ଅଭିଯୋଗ କରିଛନ୍ତି ପିଡିତା । ଗତ 25 ତାରିଖରେ ଘୁ. ଉଦୟଗିରି ପୁଲିସ ମହିଳାଙ୍କ ଦୁଇ ଭଉଣୀ ଏବଂ ରୋଗଗ୍ରସ୍ତ ମାଁଙ୍କୁ ଜୋର ଜବରଦସ୍ତ ଥାନା କୁ ଉଠେଇ ଆଣି ଅକଥନିୟ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇ ବହୁ କଷ୍ଟରେ ଛାଡି ଥିବା ମଧ୍ୟ ଗୀତିକା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । ପୁଲିସର ନାଲି ଆଖିରେ ଭୟ ଭିତ ହୋଇ ନ୍ୟାୟ ପାଇବା ପାଇଁ  ମହିଳାକମିସର ଦ୍ୱାରସ୍ଥ ହୋଇ ଥିବା ଗଣମାଧ୍ୟମକୁ କହି ଛନ୍ତି । ଘୁ ଉଦୟଗିରି ପୁଲିସର ଏହି ଗୁଣ୍ଡାଗିରି ସାଧାରଣ ଜନତାଙ୍କୁ ଭୟଭିତ କରୁ ଥିବା ସହ ଅଞ୍ଚଳ ବାସୀଙ୍କ ଆସ୍ଥା ହରାଇ ଥିବା ସାଧାରଣରେ ମତ ପ୍ରକାଶ ପାଇଛି ।

ଯଦି ପିଡିତାଙ୍କ ଅଭିଯୋଗରେ ସତ୍ୟତା ଥାଏ ତେବେ ଅତି ସାଙ୍ଘାତିକ । ଘଟଣା ଉପରେ ନିରପେକ୍ଷ ତଦନ୍ତ କରି ପିଡିତାଙ୍କୁ ନ୍ୟାୟ ଦେବା ସହ ଦୋଷୀ ବିରୋଧରେ ଦଣ୍ଡ ବିଧାନ ପାଇଁ ଜନ ସାଧାରଣରେ ଦାବି ହୋଇଛି । 

Leave A Reply

Your email address will not be published.