ନିଜ ନିର୍ବାଚନମଣ୍ଡଳୀ ଉପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନଜର ପଡ଼ନ୍ତାନି !!!

0

ଚରମ ସୀମାରେ ପହଞ୍ଚିଲା ଝାରସୁଗୁଡ଼ା ସ୍ଵାସ୍ଥ୍ୟ ବ୍ୟବସ୍ଥା,  ଆନ୍ଦୋଳନରେ ବସିଲେ ଲୋକେ ।

ଝାରସୁଗୁଡା ରୁ ସୁବାସ ସାହାରେ : ଝାରସୁଗୁଡ଼ା ସହର ସ୍ଥିତ ମଙ୍ଗଳବଜାର ମୁଖ୍ୟ ଚିକିତ୍ସାଳୟ ନୂତନ କୋଠା ରେ ସ୍ଥାନାନ୍ତର ହୋଇ ବର୍ଷେ ହୋଇନାହିଁ ସ୍ଥାନୀୟ ଲୋକେ ଅହରହ ଅସୁବିଧା ସମ୍ମୁଖୀନ ହୋଇଥିବା ବାରମ୍ବାର ଦେଖିବାକୁ ମିଳୁଛି କେତେବେଳେ ଡାକ୍ତର କାର୍ଯ୍ୟ ଦିବସ ସମୟରେ ଫୁ ମାରିବା, ଶବ ତିନି ଦିନ ପର୍ଯ୍ୟନ୍ତ ପଡ଼ି ରହିବା , ଶବ ରଖିବା ଡିପ୍ ଫ୍ରିଜ୍ ଖରାପ ହୋଇ ପଡି ରହିବା ଇତ୍ୟାଦି ବହୁ ସମସ୍ୟା ବାରମ୍ବାର ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ନିଜ ସହରରେ ସମସ୍ୟା ଦେଖା ଦେଇ ବ୍ୟବସ୍ଥା ଚରମ ସୀମା ଡେଇଁବାରେ ଲାଗିଛି ଏବଂ କଂଗ୍ରେସ ପକ୍ଷରୁ କିଛି ଦୀନ ତଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ କୁଶ ପୁତ୍ତଳିକା ଚିକିତ୍ସାଳୟ ସମ୍ମୁଖ ରେ ଜାଳିଥିବା ଦେଖା ଦେଇଛି।ଗତ ସନିବାର ୨୭ ତାରିଖ ଦିନ ସ୍ଥାନୀୟ ରେଳବାଇ କଲୋନୀ ର କୁଳି ପଡା ର ଶନୀ ଶଣ୍ଢର ୯ ମାସର ଶିଶୁ ପତ୍ର ସାମାନ୍ୟ ଜଳି ଜିବା ପରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇ ପ୍ରାୟ ସପ୍ତାହ ଖଣ୍ଡେ ଚିକିତ୍ସିତ ହୋଇଥିଲେ ଏବଂ ଡାକ୍ତରଙ୍କ ଚିକିତ୍ସା ଅବହେଳା ଦ୍ବାରା ମୃତ୍ୟୁବରଣ କରିବା ଦ୍ୱାରା ବିଭିନ୍ନ ମହଲରେ ତିକ୍ତ ଅସନ୍ତୋଷ ପ୍ରକାଶ ପାଇଥିଲା ଯାହା ଦ୍ଵାରା ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲେଇଥିଲେ ଏବଂ ଶନି ମନ୍ଦିର  ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଏବଂ ରବିବାର ଜୟ ଭିମ୍ ଘାସି ସମାଜ ତରଫରୁ ଅନିର୍ଦ୍ଧିଷ୍ଠ କାଳ ପାଇଁ କେତେକ ପ୍ରମୁଖ ଦାବି ନେଇ ଧାରଣାରେ ବସିଥିଲେ ଏହି ଘାସି ଲୋକେ ପୌରପରିଷଦରେ ସଫେଇ କର୍ମଚାରୀ ଭାବରେ ନିୟୋଜିତ ଅଛନ୍ତି ଏମାନେ ସମସ୍ତ ଆବର୍ଜନାକୁ ସଫାରଖିବା ଦିଗରେ କାର୍ଯ୍ୟ କରନ୍ତି ଏବଂ ଏମାନଙ୍କର ଛୁଆ ପିଳାଙ୍କ ଚିକିତ୍ସା ଅବହେଲା କୁ ବରଦାସ୍ତ କରାଯିବ ନାହିଁ ବୋଲି ଆନ୍ଦୋଳନରେ ବସିଥିବା ସମୟରେ ସମାଜ ପକ୍ଷରୁ କୁହାଯାଇଛି ଏବଂ ତୁରନ୍ତ ମୃତ ଶିଶୁ ପରିବାରକୁ କ୍ଷତି ପୁରଣ, ୨୪ ଘଣ୍ଟା ପୁରୁଣା ଚିକିତ୍ସାଳୟକୁ କାର୍ଯ୍ୟକ୍ଷମ ପ୍ରତିଶ୍ରୁତି କୁ ପୁରଣ କରିବା ଇତ୍ୟାଦି ଦାବି ନେଇ ଆନ୍ଦୋଳନକାରୀ ମତ ରଖିଛନ୍ତି ।

Leave A Reply

Your email address will not be published.