ଶ୍ରୀ ଅରବିନ୍ଦ ମେଡିକାଲ ତରଫରୁ ଜୋନସ୍ତରୀୟ ସ୍ୱାସ୍ଥ୍ୟ ଶିବିର

0

କୋମନା/ଭାଗିରଥି ଭୋଇ – ନୂଆପଡା ଜିଲ୍ଲା କୋମନାସ୍ଥିତ ନବ ନିର୍ମିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଜୋନସ୍ତରୀୟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଗତ ୨୭,୨୮ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ଏଥିରେ ଶାନ୍ତି ଜୋନର ନୂଆପଡା, ବଲାଙ୍ଗିର, ସୋନପୁର ଜିଲ୍ଲା ର ୫୦ ଜଣ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାଥମିକ ଚିକିତ୍ସା ଉପରେ ଭାରତ ସ୍କାଉଟସ୍ ଆଣ୍ଡ ଗାଇଡର ଲିଡର ଟ୍ରେନର୍  ବିପିନ ବିହାରି କର, ବିମଲ କୁମାର ସାହୁ ଆଲୋଚନା କରିଥିବା ବେଲେ କୈଶୋର ଅବସ୍ଥାରେ କିଭଳି ଶିକ୍ଷାର୍ଥୀମାନଙ୍କୁ ଠିକ୍ ମାର୍ଗ ଦେଖାଇ ପାରିବା ସେ ନେଇ ଡଃ ଶ୍ୟାମା କାନୁନଗୋ ସୂଚନା ଦେଇଥିଲେ । ଶିକ୍ଷାବିତ୍ ଆଭା କାନୁନଗୋ ଆଖି ର ଯତ୍ନ ଓ ତତ୍ ସମ୍ବନ୍ଧିୟ ସମସ୍ୟା ସମାଧାନ ଉପରେ ଆଲୋକପାତ କରିଥିବା ବେଲେ ହୋମିଓପାଥି ଔଷଧର ବ୍ୟବହାର ଉପରେ ସୂଚନା ଦେଇଥିଲେ ଡଃ ହ୍ୟୁମାନ  । କଟକ ମାତୃଭବନ ର ସଂନ୍ଧ୍ୟା ମହାନ୍ତି ପୁର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ଉପରେ ମାର୍ଗ ଦର୍ଶନ କରିଥିଲେ  । କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସଂଯୋଜକ ଅଜୟ କୁମାର ମଲ୍ଲିକ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର କୋମନା ର ସମ୍ପାଦକ ନିଲାମ୍ବର ପାଢୀ, ମାତୃକର୍ମୀ ମଦନ ମୋହନ ଜାନୀ ପ୍ରମୂଖ ସହଯୋଗ କରିଥିଲେ । ଏହି ଅବସର ରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ୫୫୦୦ ଟି ସ୍ୱାସ୍ଥ୍ୟ କାର୍ଡ ଦିଆଯାଇଥିଲା ।

Leave A Reply

Your email address will not be published.