ଏବିଭିପିର ଗଜପତି ବିଭାଗ ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଦୁଇ ଦିନିଆ ବିଭାଗ  ଅଭ୍ୟାସ ବର୍ଗ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିର କାର୍ଯ୍ୟକ୍ରମକୁ ସରସ୍ୱତୀ  ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ-ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା , ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।
        ଅତିଥି ଭାବେ  ରାଷ୍ଟ୍ରୀୟ  ସ୍ୱୟଂ ସେବକ ସଂଘର-ଜିଲ୍ଲା ସଂଘ ଚାଳକ ଅନାଦି ପାଣିଗ୍ରାହୀ ଏବଂ ଏବିଭିପି:’ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଜିତ କୁମାର ନାୟକ ଓ ଗଜେନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ର ନିର୍ମାଣରେ ଛାତ୍ରମାନଙ୍କ ଦେଶ ଓ ସମାଜ ପ୍ରତି ଦାୟିତ୍ଵ ଓ କର୍ତ୍ତବ୍ୟର ଭୂମିକା କିଭଳି ହେବା ଆବଶ୍ୟକ ତାହା ନିଜ ନିଜର ମତ ପ୍ରକାଶ କରିଥିଲେ ।
       ଅପରାହ୍ନରେ ଅନୁଷ୍ଠିତ ସମାରୋପ କାର୍ଯ୍ୟକ୍ରମରେ ହରିମୋହନ ପଟନାୟକ ଏବଂ ଲୋକନାଥ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଥିବା ଶତାଧିକ ଛାତ୍ରଛାତ୍ରୀଙ୍କୁ ନିଜର କ୍ୟାରିଅର ଗଠନ କରିବା ସହ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଭୂମିକା ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମରେ ରାୟଗଡ଼ା ଓ ଗଜପତି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ବହୁ ସଂଖ୍ୟାରେ  ଛାତ୍ରଛାତ୍ରୀ ଆସି ଯୋଗ ଦେଇଥିଲେ ।
     ଶେଷରେ  ଏବିଭିପିର  ଜିଲ୍ଲା ନଗର ଓ ମହାବିଦ୍ୟାଳୟ ସ୍ତରରେ ଦାୟିତ୍ଵ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ଗଜପତି ବିଭାଗ ସଙ୍ଗଠନ ସମ୍ପାଦକ ଦେବାଶିଷ ଦାସ , ସତ୍ୟ ନାରାୟଣ କାର୍ଜୀ , ବିଘ୍ନେଶ୍ୱର ପଣ୍ଡା , ତୁଷାର ଦାସ , ରାମକୃଷ୍ଣ ପଟନାୟକ , ଶ୍ରୀଧର ପାଣିଗ୍ରାହୀ , ବାଳକୃଷ୍ଣ ଜେନା ,ଦୀପାବଳି ସାମନ୍ତ ,ସୋନାଲି ବିଶୋଇ , ସୁବ୍ରତ ଗୌଇତିଆ ,ଶିବ ଶଙ୍କର ପଣ୍ଡିତ ,ଏବଂ ଏମ:ଶଙ୍କର  ଅନେକ  କାର୍ଯ୍ୟକର୍ତ୍ତା ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.