ସ୍ବର୍ଗତ ବିଜୁ ପଟ୍ଟନାୟକ ଓ ଆନନ୍ଦ ଆଚାର୍ଯ୍ୟଙ୍କ ସ୍ମୃତିରେ ଜୀବନ ବିନ୍ଦୁ

0

ବରଗଡ଼(ଶାସକ ପ୍ରଶାସକ) : ବର୍ତ୍ତମାନ ରକ୍ତ ର ଅଭାବ କୁ ଆଖି ଆଗରେ ରଖି ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଅଜାତ ଶତ୍ରୁ ଆନନ୍ଦ ଆଚାର୍ଯ୍ୟ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ବରଗଡ଼ ଆନନ୍ଦ ମଣ୍ଡପ ଠାରେ ଜୀବନ ବିନ୍ଦୁ ସଂଯୋଜକ ଶ୍ରୀ ଅଶ୍ବିନୀ ତ୍ରିପାଠୀ ଙ୍କ ସଂଯୋଜନା ରେ ଏକ ଜୀବନ ବିନ୍ଦୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ବରଗଡ଼ ରକ୍ତ ଭଣ୍ଡାର କୁ ୮୦ ୟୁନିଟ ଏବଂ ବୁର୍ଲା ରକ୍ତ ଭଣ୍ଡାର କୁ ୮୦ ୟୁନିଟ ସର୍ବମୋଟ ୧୬୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଏଥିରେ ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଏବଂ ବରିଷ୍ଠ ଓକିଲ ବିମଲ କିଶୋର ଦେବତା ଉପସ୍ଥିତ ରହି ଶିବିର କୁ ଉଦଘାଟନ କରିଥିଲେ।ଏଥିରେ ସମସ୍ତ ରକ୍ତଦାତା ମାନଙ୍କୁ ବିଜୁ ଜନତା ଦଳ ପରିବାର ତରଫ ରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

ଏଥିରେ ଏମ ଡି ସବଦର,ପୁର୍ବତନ ନଗରପାଳ ପ୍ରଶାନ୍ତ ବେହେରା,ଯୁବ ସଂଗଠନ ଉମେଶ ଚନ୍ଦ୍ର ପଣ୍ଡା,ବ୍ଳକ୍ ସଭାପତି ପ୍ରଫୁଲ୍ଲ ନାଏକ ଙ୍କ ସମେତ ଅନେକ ବିଜୁ ଜନତା ଦଳ ର କର୍ମୀ ଉପସ୍ଥିତ ରହି ରକ୍ତ ଦାନ କରିଥିଲେ ।

Leave A Reply

Your email address will not be published.