ଏରସମା ବାଇକ୍ ଶୋରୁମ୍ ରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଶତାଧିକ ବାଇକ୍

0

ଜଗତସିଂହପୁର:(ରମେଶ ମହାନ୍ତି)–ଏରସମା ବଜାରରେ ଥିବା ଏକ ବାଇକ ଶୋରୁମ୍ ରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧କୋଟି ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି।ଶୋ ରୁମ୍ ଭିତରେ ଥିବା ୧୧୦ରୁ ଉର୍ଦ୍ଧ ବାଇକ ଓ ସ୍କୁଟି ପୋଡି ଯାଇଥିବା ବେଳେ କମ୍ପାନୀର ବିଭିନ୍ନ ଜନ୍ତ୍ରlସ ଗୁଡିକ ଜଳିଯିବା ସହିତ ହାରାହାରି ୩୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୋବିଲ ପୋଡି ଯାଇଥିବା ଜଣାପଡିଛି।ଖବରପାଇ ଏରସମା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ଉକ୍ତ ବାଇକ୍ ଶୋ ରୁମ୍ ମାଲିକ ପ୍ରଦୀପ ଦାଶଙ୍କ ଭାଇ ଦିଲ୍ଲୀପ ଆହତ ହୋଇ କଟକ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।ସୂଚନାନୁଯାୟୀ ବିଦ୍ୟୁତ ସଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି କୁହାଯାଉଥିବା ବେଳେ ଅନ୍ୟ ପକ୍ଷରେ ଅଗ୍ନିକାଣ୍ଡ ଘଟିଥିବା ରାତିରେ ବର୍ଷା ଯୋଗୁଁ ଲାଇନ୍ ନଥିଲା ବୋଲି କୁହାଯାଉଛି।ବିଦ୍ୟୁତ୍ ସରବରାହ ବନ୍ଦଥିବା ବେଳେ କିପରି ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଲା ଏନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

Leave A Reply

Your email address will not be published.