ସରକାରଙ୍କ ନଜରରେ ନାହିଁ ସୁଭାସିନି ଉଚ୍ଚ ବିଦ୍ୟାଳୟ???

0

କନ୍ଧମାଳ/ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲାର କୋଟଗଡ ବ୍ଲକର ଓରା ଗ୍ରାମ ପଞ୍ଚାୟତ.। ଏହି ଗ୍ରାମ ରେ ରହି ଅଛି 1996ରେ ସ୍ଥାପିତ ହୋଇ ଥିବା ସୁଭାସିନି ଉଚ୍ଚ ବିଦ୍ୟାଳୟ, ଯାହାର ଦୁଃଖ ଦୁର୍ଦଶା କହିଲେ ନ ସରେ । ବର୍ତ୍ତମାନ ଏହି ବିଦ୍ୟାଳୟରେ 110 ଛାତ୍ର ଛାତ୍ରୀ ପଢୁଛନ୍ତି ଏବଂ 6ଜଣ teaching ଏବଂ 4 ଜଣ nonteaching ଷ୍ଟାଫ ଅଛନ୍ତି । .କିନ୍ତୁ ଏହି ବିଦ୍ୟାଳୟରେ କୌଣସି ସରକାରୀ ସୁବିଧା ଉପଲବଧ ନ ଥିବା ଛାତ୍ର ଛାତ୍ରୀ ଅଭିଯୋଗ କରି ଛନ୍ତି ।  ସରକାରଙ୍କ ତରଫରୁ ସୁଦ୍ଧ ପାଣି, ପ୍ରାଚେରି, ବିଦ୍ୟୁତ ସଂଯୋଗ ମଧ୍ୟ କରା ଯାଇ ନାହିଁ । ଏହି ପରି କି ଶ୍ରେଣୀ ଗୃହ ମଧ୍ୟ ନାହିଁ । ବାତ୍ୟାରେ ଉଡ଼ି ଯାଇ ଥିଲା ଗୋଟେ ଶ୍ରେଣୀ ଗୃହ । ବର୍ତ୍ତମାନ ତିନି ଶ୍ରେଣୀ ପାଇଁ କେବଳ ଦୁଇ ଟି ଶ୍ରେଣୀ ଗୃହ ଥିବା ଅଞ୍ଚଳ ବାସୀ ଏବଂ ଛାତ୍ର ଛାତ୍ରୀ କହିଛନ୍ତି । ବାତ୍ୟା ପରେ ଶ୍ରେଣୀ ଗୃହ ଉଡି ଯାଇ ଥିବା ରୁ ପାଠ ପଢାପଢି ରେ ସମସ୍ୟା ହେଉ ଥିବା ଶିକ୍ଷକ କହିଛନ୍ତି । ଏହି ବିଦ୍ୟାଳୟରେ ନିଜର ଭାଗ୍ୟ ନିର୍ଧାରଣ କରିବା ପାଇଁ ଦୁର୍ଗମ ପାହାଡ ଅତିକ୍ରମ କରି ଶିକ୍ଷା ଅର୍ଜନ କରିବା ପାଇଁ ଗରିବ ଛାତ୍ରଛାତ୍ରୀ ଆସି ଥାନ୍ତି ।  କିନ୍ତୁ ପ୍ରଶାସନର ଅଣ ଦେଖା ସେମାନଙ୍କ ମନୋବଳ ଭାଙ୍ଗି ଦେଇଥିବା କହିଛନ୍ତି ।ତେଣୁ ସରକାର ଏହି ସ୍କୁଲର ଅସୁବିଧା ପ୍ରତି ଦୃଷ୍ଟି ଦେଇ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବିଦ୍ୟାଳୟର ଛାତ୍ର ଛାତ୍ରୀ ସରକାରଙ୍କ ଠାରେ ନିବେଦନ କରିଛନ୍ତି। ସରକାର ଏକ ପାଣି  ଫିଲଟର ଦେଇଛନ୍ତି । ହେଲେ ଏହି ଫିଲଟର ଯୋଗାଇଥିବା ସଂସ୍ଥା ବିଦ୍ୟାଳୟରେ ରଖି ବିଲ ଟଙ୍କା ନେଇ ଚାଲି ଗଲା । ଏହା ଏଯାଏଁ ବ୍ୟବହାର ହୋଇ ପାରୁନି । ଫଳରେ ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳ ଗରିବ ନିରୀହ ଦଳିତ ଆଦିବାସୀ ଛାତ୍ର ଛାତ୍ରୀ ସୁଦ୍ଧ ପାଣି ବୁନ୍ଦାଏ ପାଇ ପାରୁ ନାହାଁନ୍ତି । ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇ ପଡ଼ୁ ଛି ଯେ ସରକାରଙ୍କ ଆଦିବାସୀ ଦଳିତଙ୍କ ଉନ୍ନତି ଯୋଜନା ପିଲାଙ୍କ ପାଖରେ କେମିତି ପହଂଚୁଛି ।

Leave A Reply

Your email address will not be published.